ମାଂଚେଷ୍ଟର: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ରୁଟ ଆକର୍ଷଣୀୟ ଶତକ ହାସଲ କରିବା ସହ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ଦେଇଛନ୍ତି । ସେମାନଙ୍କୁ ଅତିକ୍ରମ କରିବା ପାଇଁ ରୁଟ ୩୧ ରନ ଆବଶ୍ୟ କରୁଥିଲେ । ଏବେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡର ନିକଟତର ହେବାରେ ଲାଗିଛନ୍ତି । ସଚିନ ଟେଷ୍ଟ କ୍ରିକେଟରେ ସର୍ବାଧିକ ୧୫୯୨୧ ରନ ସଂଗ୍ରହ କରିଛନ୍ତି । ଜୋ ରୁଟ ୧୩୨୯୪ ରନ କରିଛନ୍ତି । ତାଙ୍କଠାରୁ ରିକି ପଂଟିଂ ଆଗରେ ରହିଛନ୍ତି । ସେ ୧୩୩୭୮ ରନ ହାସଲ କରିଛନ୍ତି ।
ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟରେ ସବିଶେଷ ଖବର ହସ୍ତଗତ ହେଲା ବେଳକୁ ରୁଟ ୧୦୬ ଓ ବେନ ଷ୍ଟୋକ୍ସ ୩୦୯ ରନ କରି ଅପରାଜିତ ରହିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ ରନ ଜବାବରେ ଇଂଲଣ୍ଡ ୪ ୱିକେଟ ବିନିମୟରେ ୪୧୨ ରନ ସଂଗ୍ରହ କରି ୫୪ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତୀୟ ବୋଲରଙ୍କ ନୈରାଶ୍ୟଜନକ ବୋଲିଂ ପ୍ରଦର୍ଶନର ସମ୍ପୂର୍ଣ୍ଣ ଫାଇଦା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଉଠାଇବାରେ ଲାଗିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଏହି ମ୍ୟାଚରେ ଜିତିବା ଜରୁରୀ ।
Comments are closed.