ଲଣ୍ଡନ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୁଟ ୧୨୪ ବଲରେ ୮୭ ରନ କରିଥିଲେ । ଏଥିସହ ସେ ଲାରାଙ୍କ ସର୍ବାଧିକ ରନ ସଂଗ୍ରହ ରେକର୍ଡ ଭଙ୍ଗ କରି ଓଭରାଲ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୧୨୦୦୦ ରନ ପୂର୍ଣ୍ଣ କରିବା ସହ ସେ ନିଜ ଦେଶର ଆଲିଷ୍ଟର କୁକଙ୍କୁ ପଛରେ ପକାଇ ଦେଇଛନ୍ତି । କୁକ ୨୭୫ ଇନିଂସରେ ୧୨୦୦୦ ରନ କରିଥିବା ବେଳେ ରୁଟ ୨୬୧ ପାରୀରେ ଏହାକୁ ଅତିକ୍ରମ କରିଛନ୍ତି । ଦ୍ରୁତ ୧୨୦୦୦ ରନ କରିବାରେ ସେ ସଚିନଙ୍କୁ ମଧ୍ୟ ଅତିକ୍ରମ କରିଛନ୍ତି । ସଚିନ ୧୫୨ ମ୍ୟାଚରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ରୁଟ ୧୪୩ ମ୍ୟାଚରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ।
ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ଏବେ ବି ସଚିନଙ୍କ ନାମରେ ରହିଛି । ସେ ୧୫ ୯୨୧ ରନ କରିଛନ୍ତି । ତାଙ୍କ ପଛକୁ ରିକି ପଂଟିଂ(୧୩,୩୭୮), ଜ୍ୟାକ୍ସ କାଲିସ(୧୩୨୮୯), ରାହୁଲ ଡ୍ରାଭିଡ(୧୩୨୮୮), କୁକ (୧୨୪୭୨) ଓ କୁମାର ସଙ୍ଗକାରା ୧୨, ୪୦୦ ରନ କରିଛନ୍ତି । ରୁଟ ୧୨,୦୨୭ ରନ ସଂଗ୍ରହ କରିଛନ୍ତି ।
Comments are closed.