Latest Odisha News

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର । ରଥଖଳା ଚଳଚଞ୍ଚଳ । ଏହାରି ଭିତରେ ଆଜି ପୁରୀରେ ତିନି ରଥ ପାଇଁ ଆବଶ୍ୟକ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମରୁ ୨୦ଟି ଦଉଡ଼ି ଆସିଛି । ୩ ଟି ରଥର ୧୪ଟି ଦଉଡି ଓ ୬ଟି କର୍ଡନ ଦଉଡି ପୁରୀରେ ପହଞ୍ଚିଛି ।

ସେପଟେ ରଥଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାମ । ଲାଗିଛନ୍ତି ମହାରଣା ଓ ଭୋଇ ସେବାୟତ । ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ । ଏହାକୁ ଦୃଷ୍ଟିରେ ରଖି ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଚାରିପଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ମୁତୟନ ରହିବେ ୫ ପ୍ଲାଟୁନ୍ ଫୋର୍ସ ।

Leave A Reply

Your email address will not be published.