ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଉଦଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପୱେ । ଏହାକୁ ଉଦଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ୧୮ ତାରିଖ ଠାରୁ ଏଥିରେ ବସିପାରିବେ ପର୍ଯ୍ୟଟକ । ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରିବ ଏହି ରୋପୱେ ।
ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା । ଉକ୍ତ ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଓ ରୋପୱେକୁ ଚଲାଇବାକୁ ସ୍ୱୀକୃତି ମିଳିଛି । ନନ୍ଦନକାନନ ରୋପୱେ ଚାଲୁ କରିବା ପୂର୍ବରୁ ଏନଡିଆରଏଫ କାଞ୍ଜିଆ ହ୍ରଦ ଉପରେ ମକଡ୍ରିଲ କରିଥିଲା । କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ ଏବଂ ଦୁର୍ଘଟଣା ସମୟରେ ପର୍ଯ୍ୟଟକଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ମକଡ୍ରିଲ ହୋଇଥିଲା ।
ନିକଟରେ ନନ୍ଦନକାନନର ରୋପୱେ ବ୍ୟବସ୍ଥାରେ ଆଧୁନିକୀକରଣ କରାଯାଇଛି । ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପୱେ ଖସିଲେ ଆପେ ଆପେ ଇଲେକ୍ଟ୍ରିବିଚ୍ଛିନ୍ନ ହୋଇଯିବ ।
ରୋପୱେରେ ଯିବା ପାଇଁ ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଛି । ଯେଉଁ ପର୍ଯ୍ୟଟକମାନେ ନନ୍ଦନକାନନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ଯାଇ ଭ୍ରମଣ କରିବେ, ସେମାନେ ସ୍ୱତନ୍ତ୍ର କାଉଣ୍ଟରରୁ ଟିକେଟ କ୍ରୟ କରିପାରିବେ । ପୂର୍ବରୁ ଦୁର୍ଘଟଣା ଘଟିବାରୁ ନନ୍ଦନକାନନ ରୋପୱେ ବନ୍ଦ ରହିଥିଲା ।
Comments are closed.