Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ୟୁବା ୨.୦ ପାଇଁ ମନୋନୀତ ହେଲେ ରୋଜାଲୀନ ମହାନ୍ତି

ଭୁବନେଶ୍ୱର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କଠାରୁ ଆହ୍ୱାନ କରାଯାଇଥିବା ପାଣ୍ଡୁଲିପିରେ ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ‘ଗଣତନ୍ତ୍ର’ ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ ଲିଖିତ ପାଣ୍ଡୁଲିପି ପାଇଁ ଲେଖିକା ରୋଜାଲୀନ ମହାନ୍ତି ମନୋନୀତ ହୋଇଛନ୍ତି । ଦେଶର ବିଭିନ୍ନ ଭାଷାରୁ ମନୋନୀତ ମୋଟ ୪୪ ଜଣ ଲେଖକଙ୍କ ମଧ୍ୟରେ ଶ୍ରୀମତୀ ମହାନ୍ତି ଏକମାତ୍ର ଓଡ଼ିଆ ଲେଖକ ହିସାବରେ ନିର୍ବାଚିତ ହେଇଛନ୍ତି। ଏହି ଯୋଜନାରେ ସେ ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର ପାଣ୍ଡୁଲିପିଟି ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ। ଏଥିପାଇଁ ୧୦ ଫେବୃଆରୀ ଦିନ ଏନ୍. ବି.ଟି. ଦ୍ଵାରା ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ୱାର୍ଲ୍ଡ ବୁକ୍ ଫେୟାରରେ ସମସ୍ତ ଯୁବଲେଖକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ସହ ୧୧ ଫେବୃଆରୀରେ ରାଷ୍ଟ୍ରପତିଙ୍କ ସହ ଭେଟ ଏବଂ ଭାବ ବିନିମୟର ସୁଯୋଗ ଦିଆଯାଇଥିଲା।

ରୋଜାଲୀନ ଗଳ୍ପ, କବିତା ରଚନା ସହ ଆକାଶବାଣୀ ଓ ଦୂରଦର୍ଶନ ଉପସ୍ଥାପିକା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ସାମ୍ବାଦିକତାରେ ସ୍ନାତକତ୍ତୋର କରିଥିବା ରୋଜାଲୀନ ପୂର୍ବରୁ “ସମ୍ବାଦ” ଖବରକାଗଜରେ ମଧ୍ୟ କାମ କରିଛନ୍ତି। ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ନବଉନ୍ମେଷ ପୁରସ୍କାର ପାଇବା ସହ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।

 

 

Leave A Reply

Your email address will not be published.