Latest Odisha News

BREAKING NEWS

ଭାଲେଣ୍ଟାଇନ୍‌ ଡେ’: ପ୍ରେମର ପରିଭାଷା କାହା ପାଇଁ କେମିତି…

ଭୁବନେଶ୍ବର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ । ଯାହାକି ପ୍ରେମ ଦିବସ ଭାବେ ପାଳନ କରାଯାଏ । ସମସ୍ତଙ୍କୁ ଭଲ ପାଇବାର ଦିନଟିଏ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ । ଏହା ହିଁ ସର୍ମ୍ପକର ମୁଳତତ୍ୱ, ପ୍ରେମବିନା ଜୀବନ ରଙ୍ଗ ହୀନ । ଆଜି ଫେବୃଆରୀ ୧୪ ପ୍ରେମ ଆଉ ପ୍ରେମିକ ପ୍ରେମିକାଙ୍କ ସ୍ୱପ୍ନର ଦିନ । ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ ।

ତେବେ ପ୍ରେମ ଦିବସ କେବଳ ଗୋଟେ ପୁଅ ଝିଅକୁ ଭଲ ପାଇବ ତାହା ନୁହେଁ, ପ୍ରେମ ମାଆ ବାପାଙ୍କ ସହ ବି ହୋଇଥାଏ । ଭାଇ ଭଉଣୀ ଓ ବନ୍ଧୁଙ୍କ ମଧ୍ୟରେ ବି ହୋଇଥାଏ । ଆଜି ପିତୃମାତୃଙ୍କ ଦିବସ ମଧ୍ୟ । ତେବେ ଆଜିର ଦିନରେ ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କୁ ସ୍ନେହ ଦିଅ ।

ତେବେ ପ୍ରେମିକ, ପ୍ରେମିକାଙ୍କ ମତରେ, ପ୍ରେମର ସଂଜ୍ଞା ବଡ ବିଚିତ୍ର । ପ୍ରେମ ସୀମାହୀନ ସାଗର । ପ୍ରେମରେ ରାଗ ବି ପ୍ରେମ, ରୁଷିବା ବି ପ୍ରେମ, ଆଉ ଅଭିମାନ ବି ପ୍ରେମ । ପ୍ରେମକୁ ଦିନରେ ବାନ୍ଧିହୁଏନା, ପ୍ରେମକୁ ଦେଖିହୁଏନା କି ଦେଖେଇ ହୁଏନା ।

ତେବେ ଆଜି ଭାଲେଣ୍ଟାଇନ୍‌ ଡେ’ ରେ ବେଶ ଚଳଚଞ୍ଚଳ ହୋଇପଡିଛି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ଫୁଲ ଦୋକାନ, ଗିଫ୍ଟ ଦୋକାନ ସମେତ ସପିଂମଲ୍ । ଗୋଲାଫ ଫୁଲ ଦର ଆଜି ଆକାଶ ଛୁଆଁ ରହିଛି । କାରଣ ଆଜିର ଦିନରେ ଗୋଲାପ ଫୁଲର ଭୂମିକା ବେଶ ଅଧିକ । ସେହିପରି ଗିଫ୍ଟ ବକ୍ସ ଓ ଗିଫ୍ଟ କାର୍ଡରେ ବେଶ ଚାହିଦା ରହିଛି । ଭାଲେଣ୍ଟାଇନର ଟେଡି ଓ ହାର୍ଟ ସେଫ୍ ର ଟେଡି ମଧ୍ୟ ଭଲ ବିକ୍ରି ହେଉଛି । ନିଜର ଜୀବନସାଥୀକୁ କ’ଣ ପସନ୍ଦ ଆଉ କେଉଁ ଗିଫ୍ଟ କଲେ ସେ ଖୁସିହେଇଯିବ ସେହିଅନୁଯାୟୀ ବଜାରରୁ ବିଭିନ୍ନ ଗିଫ୍ଟ ମାନ କିଣି ନେଉଛନ୍ତି ପ୍ରେମୀଯୁଗଳ ।

ସେହିପରି ରାଜଧାନୀର ବଡ ବଡ ଗହଣା ଦେକାନରେ ମଧ୍ୟ ଭାଲେଣ୍ଟାଇନ ପ୍ରସ୍ତୁତି ହୋଇଛି । ହାର୍ଟସେପ୍ ର ଗହଣା ଯେପରି ଚେନ ଲକେଟ୍, ମୁଦି ଏସବୁ ର ବଢିଆ ବଢିଆ ଡିଜାଇନ ରହିଛି । ଏଥିପାଇଁ ସ୍ପେସିଆଲ ଅଫର ମଧ୍ୟ ରହିଛି । ଅନ୍ୟପଟେ ରେସ୍ତୁରାଁ ଓ ମଲ୍ ରେ ମଧ୍ୟ ପ୍ରେମ ଦିବସକୁ ନେଇ ଜୋରଦାର ପ୍ରସ୍ତୁତି ହୋଇଛି । କେଉଁଠି ସ୍ପେଶାଲ ଅଫର ତ ଆଉ କେଉଁଠି କ୍ୟାଣ୍ଡେଲ ଲାଇଟ୍ ଡିନର

ସେହିପରି ଆଜି କେକ୍ ଦୋକାନରେ ଭିଡ ଜମିବ । କେକ୍ ଦୋକାନ ମାନଙ୍କରେ ଡିମାଣ୍ଡରେ ରହିଛି ହାର୍ଟ ସେପ୍ ର କେକ୍ । ବିଭିନ୍ନ ଫ୍ଲେବର ସାଙ୍ଗକୁ ଡିଜାଇନର ବି ଉଣା ନାହିଁ । କେଉଁ କେକ୍ ରେ ‘ହାପି ଭାଲେଣ୍ଟାଇନ ଡେ’ ଲେଖାଯାଇଛି ତ ଆଉ କେଉଁଠି ‘ବି ମାଇଁ ଭାଲେଣ୍ଟାଇନ’ । ଏହିପରି ଭାବେ ଆଜି ପ୍ରମେ ଦିବସକୁ ପାଳନ କରିବେ ପ୍ରେମୀ ଯୁଗଳ ।

Leave A Reply

Your email address will not be published.