Latest Odisha News

BREAKING NEWS

ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା, ଝାରପଡା ଜେଲ ଗଲେ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଝାରପଡା ଜେଲ ଗଲେ ଅନ୍ୟତମ ମାଲିକ ଶୁଭ୍ରା କୁଣ୍ଡୁ ।

ସୂଚନା ଅନୁଯାୟୀ ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ସିବିଆଇ ହାଜର କରିଥିଲା। ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇଛନ୍ତି। ଗତ ୧୬ ତାରିଖରେ ଶୁଭ୍ରାଙ୍କୁ କୋଲକାତାରୁ ଗିରଫ କରିଥିଲା ସିବିଆଇ ।

ସଂସ୍ଥାର ଗ୍ରୁପ୍ ଅଧ୍ୟକ୍ଷ ତଥା ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ ହେଉଛନ୍ତି ଶୁଭ୍ରା କୁଣ୍ଡୁ । ସଂସ୍ଥା ଓଡିଶାରୁ ଠକେଇ କରିଥିବା ଟଙ୍କାକୁ କିଭଳି ବିନିଯୋଗ କରାଯାଇଛି ସେନେଇ ଜେରା କରିଥିଲା ସିବିଆଇ । ଶୁଭ୍ରାଙ୍କ ଠାରୁ ଠକେଇ ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ସିବିଆଇ ।

ଓଡ଼ିଶାରେ ରୋଜ୍‌ଭ୍ୟାଲି ହଜାରେ କୋଟିରୁ ଊର୍ଦ୍ଧ୍ବ ଠକିଥିବା ନେଇ ଅଭିଯୋଗ ରହିଛି । ରାଜ୍ୟରେ ସଂସ୍ଥା ୨୭ଟି ବ୍ରାଞ୍ଚ ଖୋଲି ଠକେଇ କରିଥିବା ଅଭିଯୋଗ ରହିଛି ।

ଅଧିକ ପଢନ୍ତୁ- ରୋଜଭ୍ୟାଲି ଚିଟଫଣ୍ଡ ଠକେଇ: ଶୁଭ୍ରା କୁଣ୍ଡୁଙ୍କୁ ରିମାଣ୍ଡରେ ନେଲା ସିବିଆଇ

Leave A Reply

Your email address will not be published.