Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସିନ୍ଧୁ ବିଦା, ସେମିରେ ସାତ୍ୱିକ-ପୋନପ୍ପା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି । ଆୟୋଜକ ଦେଶର ରାଚନୋକ ଇନଟାନନ ୨୧-୧୩, ୨୧-୯ ଗେମରେ ବିଜୟୀ ହୋଇଥିଲେ । ତେବେ ମିକ୍ସଡ ଡବଲ୍ସରେ ଭାରତର ସାତ୍ୱିକ ସାଇରାଜ ଓ ଅଶ୍ୱୀନ ପୋନପ୍ପା ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ଏହି ଯୋଡି ମାଲେସିଆର ପେଙ୍ଗ ସୁନ ଚାନ ଓ ଲିଉ ୟୁଙ୍ଗ ଗୋହଙ୍କୁ ୧୮-୨୧, ୨୪-୨୨ ଓ ୨୨-୨୦ରେ ପରାସ୍ତ କରିଥିଲେ । ପ୍ରଥମ ଗେମ ହାରିବା ପରେ ଭାରତୀୟ ଯୋଡି ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ଜିତି ନେଇଥିଲେ ।

ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରରେ ଏଣ୍ଡର୍ସ ଏଟେନସେନ ୨୧-୧୩, ୧୯-୨୧ ଓ ୨୨-୨୦ରେ ସମୀର ବର୍ମାଙ୍କୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.