Latest Odisha News

BREAKING NEWS

ରୋଟାରି କ୍ଲବ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ସାନାଟାଇଜ୍ ମେସିନ ପ୍ରଦାନ

ବେଲଗୁଣ୍ଠା: କରୋନା ମହାମାରୀ ବର୍ତ୍ତମାନ ସମାଜ ପାଇଁ ଏକ ଜରୁରୀକାଳୀନ ଆହ୍ୱାନ ହୋଇଥିବା ବେଳେ ସମାଜର ପ୍ରତି ବର୍ଗର ଲୋକଙ୍କ ଲଢ଼େଇ କରୋନା ସହ ଜାରି ରହିଛି ।କରୋନାକୁ ଦୁରେଇ ରଖିବା ପାଇଁ ପ୍ରଶାସନ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ।ଏହି ଅବସରରେ ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଦୁଇଟି ସ୍ୱଚାଳିତ ସାନିଟାଇଜ ମେସିନ ପ୍ରଦାନ କରାଯାଇଛି ।ଏହି ମେସିନରେ ବ୍ୟବହାର ବେଳେ ଜଣେ ବ୍ୟକ୍ତି ହାତ ନ ଲଗାଇ ଗୋଡ ଦ୍ୱାରା ଚାଳନା କରି ନିଜ ହାତକୁ ସାନିଟାଇଜ୍ କରିପାରିବା ଭଳି ବ୍ୟବସ୍ଥା ରହିଛି ।ଫଳରେ ବ୍ଳକ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଲୋକଙ୍କ ପାଖରେ କରୋନା ସଂକ୍ରମଣର ଆଶଙ୍କା କମ୍ ରହିବ ।ରୋଟାରୀ କ୍ଳବର ଏହି କାର୍ଯ୍ୟକୁବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ବେଲଗୁଣ୍ଠା ବ୍ଳକକୁ ଏହି ମେସିନ ପ୍ରଦାନ କରିଥିବାରୁ ବିଡିଓ ଶଶିଭୁଷଣ ମହାପାତ୍ର କ୍ଳବ ସଦସ୍ୟ ମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

 

Comments are closed.