Latest Odisha News

BREAKING NEWS

କରୋନାରେ ରୋଟି ବ୍ୟାଙ୍କର ସଂସ୍ଥାପକ କିଶୋର କାନ୍ତଙ୍କ ଦେହାନ୍ତ

ବାରଣାସୀ: ସମାଜସେବୀ ତଥା ବାରଣାସୀ ରୋଟି ବ୍ୟାଙ୍କର ପରିଷ୍ଠାତା କିଶୋର କାନ୍ତଙ୍କ ଦେହାନ୍ତ ହୋଇଛି । କରୋନା ଭାଇରସରେ ପୀଡ଼ିତ କିଶୋର କାନ୍ତ ଗୁରୁବାର ଆଖି ବୁଜିଛନ୍ତି । ରୋଟି ବ୍ୟାଙ୍କ ଜରିଆରେ କିଶୋର ଗରିବ ଓ ଅସହାୟ ଲୋକଙ୍କୁ ଖାଇବା ଯୋଗାଉଥିଲେ । କିନ୍ତୁ କରୋନା ସଂକ୍ରମଣ ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କିଛିଦିନ ପୂର୍ବରୁ କିଶୋର କାନ୍ତ ଭିଡିଓ ପୋଷ୍ଟ କରି କରୋନାକୁ ହାଲୁକା ଭାବେ ନନେବା ପାଇଁ ଲୋକଙ୍କୁ ଅପିଲ୍ କରିଥିଲେ ।

୧୦ ଦିନ ହେଲା କିଶୋରଙ୍କୁ ଜର ଲାଗି ରହିଥିବା ବେଳେ ୫ ଦିନ ତଳେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଭାଇରାଲ୍ ଭିଡିଓରେ କିଶୋର କହିଥିଲେ ତାଙ୍କୁ ଟାଇଫଏଡ୍ ହୋଇଛି । ଦୁଇ ଦିନ ତଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ଗୁରୁବାର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.