Latest Odisha News

ପଚା ଅଣ୍ଡାରୁ କେକ୍‌, ଜବତ କଲା ସିଏମ୍‌ସି

କଟକ: ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବା ଲାଗି ପଚା ଅଣ୍ଡାଗୁଡ଼ିକ ଆସିଥିବା କୁହାଯାଉଛି ।

ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଘୋଳ ଅଣ୍ଡା ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି । ଗାଡିଟି କଟକ ସାଆନ୍ତସାହିରେ ଥିବା ବେକରୀ ଫ୍ୟାକଟ୍ରିକୁ ଯାଉଥିବା ଜଣାପଡିଛି । ଘୋଳଅଣ୍ଡାରୁ କେକ୍ ଓ ଅନ୍ୟ ବେକରୀ ସାମଗ୍ରୀ ତିଆରି ହୋଇ ସହର ଓ ଆଖପାଖ ମାର୍କେଟ ରେ ବିକ୍ରି ହୋଇଥାନ୍ତା ।

Leave A Reply

Your email address will not be published.