ରାଉରକେଲା: ଶୀତକାଳୀନ ବିମାନଉଡ଼ାଣ ସୂଚୀରୁ ବାଦ୍ ପଡିଲା ରାଉରକେଲା ବିମାନବନ୍ଦର । ଆଗାମୀ ୨୦୨୬ ମାର୍ଚ୍ଚ ଯାଏ ରାଉରକେଲା ବିମାନସେବା ପୁନଃଆରମ୍ଭ ହେବନିବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ସଦ୍ୟ ପ୍ରକାଶିତ ଶୀତକାଳୀନ ବିମାନ ଉଡ଼ାଣ ସୂଚିରୁ ଏହା ସ୍ପଷ୍ଟ ହୋଇଛି । ସୂଚୀ ଅନୁସାରେ ଆସନ୍ତା ୨୬ ତାରିଖରୁ ୨୫ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କୌଣସି ବିମାନ ଉଡ଼ିବ ନାହିଁ ।
ଆଲିଆନ୍ସ ଏୟାର୍ ଦ୍ବାରା ଏକମାତ୍ର ଏଟିଆର୍-୭୨ ବିମାନର ପରିଚାଳନା ବନ୍ଦ ହୋଇଯିବା ପରଠାରୁ ଏପରି ସ୍ଥିତି ଉପୁଯିଛି ।
ଗୋଟିଏପଟେ ବିମାନବନ୍ଦରକୁ ନୂଆ ରୂପ ଦେବାକୁ ସଂପ୍ରସାରଣ ଓ ଭିତ୍ତିଭୂମି ବିକାଶ ପାଇଁ ପରିଯୋଜନା କରାଯାଉଥିବାବେଳେ ବିମାନଉଡ଼ାଣ ବନ୍ଦ ହେବା ରାଉରକେଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ଅନ୍ୟତମ ଉଦାହରଣ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।
୨୦୨୩ ଜାନୁଆରୀ ୭ ତାରିଖରୁ ଭୁବନେଶ୍ବର-ରାଉରକେଲା ବିମାନସେବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରାଉରକେଲା-କୋଲକାତା ରୁଟ୍କୁ ଆଞ୍ଚଳିକ ସଂଯୋଗ ଯୋଜନା ଉଡାନ୍ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ଜୁନ ୧୫ରୁ ରାଉରକେଲା-କୋଲକାତା ଓ ଜୁଲାଇ ୧୬ରୁ ରାଉରକେଲା-ଭୁବନେଶ୍ବର ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି।
Comments are closed.