ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଜାଡରେ ଜଡସଡ ସାରା ଓଡିଶା । ଆଗକୁ ଆହୁରି ଶୀତ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ସର୍ବନିମ୍ନ ସ୍ତରରେ ପହଞ୍ଚିବା ନେଇ ସୂଚନା ଦେଇଛି ପାଣୀପାଗ ବିଭାଗ । ପରବର୍ତ୍ତୀ ୪ ଦିନ ମଧ୍ୟ ସମାନ ସ୍ଥିତି ଲାଗିରହିବ।
ଅନ୍ୟପଟରେ ଗତ ୨୪ ଘଣ୍ଡାରେ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ନେଇ ରେକର୍ଡ ଭାଙ୍ଗିଛି ରାଉଲକେଲା ସହର । ବର୍ଷକର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ତଳେ ରହିଥିଲା । ଏ ବର୍ଷର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି ରାଉରକେଲା । ସେହିପରି ଝାରସୁଗୁଡ଼ାରେ ୮, କେନ୍ଦୁଝରରେ ୯.୫, ସୁନ୍ଦରଗଡ଼ରେ ୯.୭ ଫୁଲବାଣୀରେ ୯.୫, ଦାରିଙ୍ଗବାଡିରେ ୯.୫, ରାଉରକେଲାରେ ୭ ଡିଗ୍ରୀ ପାରଦ ରହିଛି । ଅନୁଗୁଳ ଓ ସୋନପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ବି ଖସିଛି ପାରଦ, ଗତକାଲି ଭୁବନେଶ୍ୱରର ପାରଦ ଥିଲା ୧୩.୨, କଟକରେ ସବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି ।
ତେବେ ପାଣିପାଗ ବିଭାଗ ଅନୁଯାୟୀ, ୩ ତାରିଖ ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଂଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକରୁ ମଧ୍ୟମଧରଣର କୁହୁଡି ଦୃଶ୍ୟମାନ ହେବ । ଡିସେମ୍ବରରେ ଦୁଇଟି ସ୍ପେଲ୍ରେ ପାଖାପାଖି ୧୦ ଦିନ ରାଜ୍ୟରେ ଶୀତ ଅନୁଭୂତ ହୋଇଥିଲା। ଜାନୁଆରିରେ ମଧ୍ୟ ଶୀତର ପ୍ରକୋପ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
Comments are closed.