ରାଉରକେଲା: ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ । ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ହୋଇଛି ଏହି ଏନ୍କାଉଣ୍ଟର । ଆହତ ଅପରାଧୀକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା ଅକ୍ଷରଶିଳା ନିକଟରେ ହୋଇଛି ଏହି ଏନକାଉଣ୍ଟର । ଏନକାଉଣ୍ଟରରେ ଝାଡ଼ଖଣ୍ଡର କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀ ବ୍ୟାସ ଲାଖୁଆ ଗୁରୁତର ହୋଇଛନ୍ତି । ତେବେ ଦାଦାବଟି ଆଦାୟ, ହତ୍ୟା ଧମକ ଦେବା ପରି ବହୁ ଅପରାଧରେ ସେ ସମ୍ପୃକ୍ତ ଥିବା ନେଇ ଜଣାପଡିଛି । ପୋଲିସ ଉପରକୁ ଗୁଳିମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସର ପାଲଟା ଗୁଳିମାଡ଼ରେ ସେ ଆହତ ହୋଇଛି। ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଛି।
Comments are closed.