Latest Odisha News

BREAKING NEWS

ଏଲବୋ ଷ୍ଟ୍ରାଇକରେ ରେକର୍ଡ କଲେ ରାଉରକେଲା ଝିଅ

ରାଉରକେଲା: ରାଉରକେଲାର ଜଣେ ୨୧ ବର୍ଷ ବୟସ୍କା ଆଇନ ଛାତ୍ରୀ କାଜଲ ପାଣ୍ଡେ ଏକ ପଞ୍ଚିଂ ବ୍ୟାଗ (ମହିଳା)ରେ ଦୁଇ ହାତରେ ଫାଟେଷ୍ଟ ଏଲବୋ ଷ୍ଟ୍ରାଇକ୍ କରି ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ କରି ରେକର୍ଡ କରିଛନ୍ତି।

ଏକ ମିନିଟରେ ୨୯୧ ଏଲବୋ ଷ୍ଟ୍ରାଇକ୍ କରିପାରିଛନ୍ତି। ଏହା ଛଡ଼ା ସେ ଅନ୍ୟ ୬ଟି ସଂସ୍ଥାରୁ ସାର୍ଟିଫିକେଟ୍ ପାଇଛନ୍ତି। ଯେଉଁଥିରେ କିଙ୍ଗ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ, ଏକ୍ସକ୍ଲୁସିଭ୍ ୱାର୍ଲ୍ଡ ରେକର୍ଡସ, କଲାମ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ, ହାଇ ରେଞ୍ଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ, ଇଣ୍ଡିଆ ରେକର୍ଡସ, ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ୱାର୍ଲ୍ଡ ଆଦି ରେକର୍ଡ ରହିଛି।

ଆହୁରି ମଧ୍ୟ ଏବେ କାଜଲଙ୍କ ଆଖି ଗିନିଜ୍ ବୁକ୍ ଅଫ୍ ରେକର୍ଡସ ଉପରେ ରହିଛି। “ବର୍ତ୍ତମାନ ମୋର ଲକ୍ଷ୍ୟ ହେଉଛି ଗିନିଜ ବୁକ୍ ଅଫ୍ ରେକର୍ଡସରେ ପ୍ରବେଶ କରିବା। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି” ବୋଲି ସେ କହିଛନ୍ତି।

କାଜଲ ନିଶ୍ଚିତ ଯେ ୨୪୨ ଏଲବୋ ଷ୍ଟ୍ରାଇକର ରେକର୍ଡ ଭାଙ୍ଗି ସେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରବେଶ କରିପାରିବେ।

ସେ ମାତ୍ର ୧୦ ବର୍ଷ ବୟସରେ ମାର୍ଶଲ ଆର୍ଟରେ ତାଲିମ ନେବା ଆରମ୍ଭ କରିଥିଲେ। ସେ ପ୍ରଥମେ କରାଟେ ଏବଂ ପରେ ତାଏକୋଣ୍ଡୋ ଶିଖିଥିଲେ ବୋଲି କହିଛନ୍ତି।

ପିଲାବେଳେ ତାଙ୍କର ଆଖି ସମ୍ବନ୍ଧୀୟ ସମସ୍ୟା ରହିଥିଲା ହେଲେ ସେ ଏଥିପାଇଁ ଦୁର୍ବଳ ନହୋଇ ତାହାକୁ ଶକ୍ତିରେ ପରିଣତ କରିଛନ୍ତି।

ମାର୍ଶାଲ ଆର୍ଟରେ ଅଧିକରୁ ଅଧିକ ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଁ ଏହି ରେକର୍ଡ ପାଇଁ ଚିନ୍ତା କଲି ବୋଲି କହିଛନ୍ତି କାଜଲ।

 

Leave A Reply

Your email address will not be published.