Latest Odisha News

BREAKING NEWS

ଚେନ୍ନାଇ ସମ୍ମୁଖରେ ୧୭୯ ରନର ଟାର୍ଗେଟ

ଦୁବାଇ: ଅଧିନାୟକ କେଏଲ ରାହୁଲଙ୍କ ଆକର୍ଷଣୀୟ ୬୩ ରନ ସହାୟତାରେ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁ୍‌ଷ୍ଠିତ ଦ୍ୱିତୀୟ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୧୭୯ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଭଲ ଫର୍ମରେ ନ ଥିବା ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ଟିମ୍ ପାଇଁ ଟୁର୍ଣ୍ଣାମେଂଟରେ ପ୍ରତ୍ୟାବର୍ତନ କରିବା ପାଇଁ ଏହି ମ୍ୟାଚରେ ସୁବର୍ଣ୍ଣ ସୁଯୋଗ ରହିଛି । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୧୭୮ ରନ କରିଥିଲା । ରାହୁଲଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ (୨୬), ମନଦୀପ ସିଂ (୨୭) ଓ ଏନ.ପୁରନ ୩୩ ରନର ଇନିଂସ ଖେଳିଥିଲେ ।

ଶେଷ ଭାଗରେ ଚେନ୍ନାଇ ବୋଲର ଭଲ ବୋଲିଂ କରିବାରୁ ପଞ୍ଜାବ ଦଳ ବଡ ସ୍କୋର କରିପାରି ନ ଥିଲା । ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ପୀୟୂଷ ଚାୱଲା ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.