Latest Odisha News

BREAKING NEWS

Rourkela Plane Crash: ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି

ରାଉରକେଲା: ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗଙ୍କ ଘୋଷଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍‌ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ ପର୍ଯ୍ୟନ୍ତ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ସଂସ୍ଥା ଉଠାଇବ। ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଭୁବନେଶ୍ବର ଉଠାଇ ନିଆଯିବ।

ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ଆଖି ବୁଜିଛନ୍ତି । ସୂଚନାଥାଉକି,୧୦ ତାରିଖ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍‌ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବା ବେଳେ ଗୁରୁତର ସୁଶାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.