Latest Odisha News

BREAKING NEWS

ରାଉରକେଲା ବିଶ୍ରାରେ ନକଲି ମୋବିଲ କାରଖାନା ଠାବ, ୨ ଅଟକ

ରାଉରକେଲା: ରାଉରକେଲାରେ ନକଲି ମୋବିଲ କାରଖାନା ଠାବ ହୋଇଛି । ରାଉରକେଲାର ବିଶ୍ରା ଅଞ୍ଚଳରେ ନକଲି ମୋବିଲ୍ କାରଖାନା ଠାବ କରିଛି ପୋଲିସ । ବିଶ୍ରା ଥାନା ଅଞ୍ଚଳରେ ଥିବା ଆସିୟାନା କଲୋନୀର ଏକ ଭଡ଼ା ଘରେ ଚାଲିଥିଲା ଏହି କମ୍ପାନୀ । ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ ଜବତ ହୋଇଛି ।

ବିଭିନ୍ନ ନାମୀ ଦାମୀ କମ୍ପାନୀର ଲୋଗୋ ଲଗାଇ ଓ ପ୍ୟାକେଟକୁ କପି କରି ଏଠାରେ ନକଲି ମୋବିଲ୍ ତିଆରି ଚାଲିଥିଲା । ଖବରପାଇ ରାଉଲକେଲା ପୋଲିସ ଚଢ଼ାଉ କରି ହଜାର ହାଜାର ମୋବିଲ ବୋଟଲ, ପୋଡା ମୋବିଲ ସହ ନକଲି ମୋବିଲ ଜବତ କରିଛି ।

ନକଲି ଇଞ୍ଜନ ଅଏଲ୍ ତିଆରି କରିବା ଅଭିଯୋଗରେ ୨ ଜଣକୁ ଅଟକ ରଖି ପଚରାଉଚରା କରିବା ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାରେ ତଦନ୍ତ ଚଳାଇଛି ପୋଲିସ ।

Comments are closed.