ରାଉରକେଲା: ଆଜି ସକାଳେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାଥ ମିଶ୍ରଙ୍କର ଦେହାନ୍ତ ହୋଇଛି । ମେଳାପି ସ୍ୱଭାବର ରାଜେନ୍ଦ୍ର ଓଡିଶା ଗଣମାଧ୍ୟମରେ ଜଣେ ପରିଚିତ ଚେହେରା ଥିଲେ । ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣାପଡିଛି ।
ଦୀର୍ଘଦିନ ଧରି ମଧୁମେହ ଓ ବୃକକ୍ ରୋଗରେ ପୀଡିତ ହୋଇ ରାଜେନ୍ଦ୍ର ଓଡିଶା ବାହାରେ ଚିକିତ୍ସିତ ହେଉଥିଲେ । ହେଲେ ସେଠାରୁ ନିଜ ବାସସ୍ଥାନ ରାଉରକେଲା ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିଥିଲା ।
ପ୍ରଥମେ ହିନ୍ଦୀ ଖବରକାଗଜରୁ ସାମ୍ବାଦିକତା ଆରମ୍ଭ କରିଥିବା ରାଜେନ୍ଦ୍ର ପରେ ସିସୋର୍ ଟିଭି, ଫୋକସ୍ ଓଡିଶା ଓ ନ୍ୟୁଜ୍ ୱାର୍ଲଡ ଓଡିଶା ଟିଭି ଚ୍ୟାନେଲର ରାଉରକେଲା ପ୍ରତିନିଧି ଥିଲେ । ଶେଷ ସମୟରେ ସେ ଇଟିଭି ଭାରତ ଓଡିଆ ପୋର୍ଟାଲର୍ ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ନିଧନରେ ରାଉରକେଲାରେ ଶୋକର ଛାୟା ଖେଳିଯାଇଛି ।
Comments are closed.