Latest Odisha News

BREAKING NEWS

ରାଉରକେଲାରେ ହେବ ଭାରତର ସବୁଠୁ ବଡ ହକି ଷ୍ଟାଡିୟମ୍

ରାଉରକେଲା: ଷ୍ଟିଲ ସିଟିରେ ତିଆରି ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି  । ୧୫ ଏକର ଜମିରେ ତିଆରି ହେବାକୁ ଥିବା ଏହି ଷ୍ଟାଡିୟମରେ ଏକ ସାଙ୍ଗରେ ପ୍ରାୟ ୨୦ ହଜାର ଦର୍ଶକ ବସିପାରିବେ । ଏଠାରେ ଖେଳାଳିମାନଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ ।

ଆଗାମୀ ହକି ବିଶ୍ୱକପ୍ ୨୦୨୩ ରେ ରାଉରକେଲା ଭେନ୍ୟୁ ରହିଛି । ନିକଟରେ ଏକ ଟିମ୍ ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିଥିଲା । ସୁନ୍ଦରଗଡ ହକିର ଅନ୍ତୁଡିଶାଳ ହୋଇଥିବା ବେଳେ ମୁଖମନ୍ତ୍ରୀଙ୍କ ଏହି ଘୋଷଣା ହକି ପ୍ରେମୀଙ୍କ ମନରେ ଖୁସି ଖେଳାଇ ଦେଇଛି ।

Leave A Reply

Your email address will not be published.