Latest Odisha News

BREAKING NEWS

କେବେ ରିଲିଜ୍ ହେବ କାଜୋଲଙ୍କ ତ୍ରିଭଙ୍ଗା ?

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ କାଜୋଲ । ଏହି ଖବର କିଛି ନୂଆ ନୁହେଁ । ହେଲେ କେବେ ଓ କେଉଁଠି ରିଲିଜ୍ ହେବ କାଜୋଲଙ୍କ ଡିଜିଟାଲ୍ ସିରିଜ୍‌ ? ଏ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ନୂଆ ଖବର ।

ନେଟଫ୍ଲିକ୍ସରେ ରିଲିଜ୍ ହେବାକୁ ଥିବା ତ୍ରିଭଙ୍ଗା ୱେବ୍ ସିରିଜ ଜରିଆରେ କଜୋଲ ଓଟିଟି ପ୍ଲାଟଫର୍ମରେ ନୂଆ ଇନିଂସ ଆରମ୍ଭ କରିବେ । ଚଳିତବର୍ଷ ଏହି ସିରିଜଟି ରିଲିଜ୍ ହେବାର ଥିଲା । ହେଲେ ଏବେ ଯାହା ଜଣାପଡିଛି ଆସନ୍ତା ବର୍ଷ ଏହି ସିରିଜଟି ଦର୍ଶକଙ୍କ ସାମ୍ନାକୁ ଆସିବ ।

ମିଳିଥିବା ରିପୋର୍ଟ ଅନୁଯାୟୀ ପୋଷ୍ଟ-ପ୍ରଡକ୍ସନ କାମ ସରିଥିଲାବେଳେ ସିରିଜଟି ନେଟଫ୍ଲିକ୍ସକୁ ହସ୍ତାନ୍ତର ହୋଇଛି । ତେବେ ଏ ଯାଏଁ ନେଟଫ୍ଲିକ୍ସ ପ୍ରସାରଣ ତାରିଖ ଧାର୍ଯ୍ୟ କରିନାହିଁ । ଚଳିତବର୍ଷ ନେଟଫ୍ଲିକ୍ସ ଅନେକ ବଡବଡ ସିରିଜ ପ୍ରସାରଣ କରିଥିଲେ ବି ତ୍ରିଭଙ୍ଗା କିନ୍ତୁ ଆସନ୍ତା ବର୍ଷ ରିଲିଜ ହେବାକୁ ସ୍ଥିର ହୋଇଥିବା ଅନୁମାନ କରାଯାଉଛି ।

ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ଏହି ସିରିଜରେ କାଜୋଲ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଅନ୍ୟ ପ୍ରମୁଖ ଭୂମିକାରେ ମିଥିଳା ପାଲକର, ତନୱୀ ଆଜମୀ ଓ କୁନାଲ ରୟ କାପୁରଙ୍କୁ ଦେଖିବାକୁ ମିଳିବ । ସିରିଜର ପ୍ରଯୋଜନା ଭାର ଅଜୟ ଦେବଗନ ସମ୍ଭାଳିଥିଲାବେଳେ ନିର୍ଦ୍ଦେଶନା ଦେଇଛନ୍ତି ରେଣୁକା ସାହାନେ ।

Leave A Reply

Your email address will not be published.