Latest Odisha News

BREAKING NEWS

ଓଡ଼ିଶାରେ ୪ଟି ଟ୍ରେନର ରୁଟ୍ ସମ୍ପ୍ରସାରିତ ହେଲା

ଭୁବନେଶ୍ୱର: ଭାରତୀୟ ରେଲୱେ ବୁଧବାର ଦିନ ଦେଶର ଚଳାଚଳ କରୁଥିବା ୨୨ଟି ଟ୍ରେନର ରୁଟ୍ ସମ୍ପ୍ରସାରିତ କରିଛନ୍ତି, ସେଥିମଧ୍ୟରୁ ଓଡ଼ିଶାର ୪ଟି ଟ୍ରେନ ରହିଛି । ପ୍ରକାଶିତ ହୋଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ଅନୁଯାୟୀ:

ରାଉରକେଲା କୋରାପୁଟ ଏକ୍ସପ୍ରେସର ରୁଟ୍ ଜଗଦ୍ଦଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି । ଏଥିସହିତ ଏହି ଟ୍ରେନଟି ଜୟପୁର ଓ କୋଟପାର ଷ୍ଟେସନରେ ନୂଆ ରହଣୀ ହେବାର ଘୋଷଣା ହୋଇଛି ।

ସେହିପରି ପୁରୀ-ବଡ଼ବିଲ ଏକ୍ସପ୍ରେସ ରାଉରକେଲା ପର୍ଯ୍ୟନ୍ତ ବିସ୍ତାରିତ ହେବା ସହିତ ନୂଆ ଷ୍ଟପେଜ ଭାବେ କେଣ୍ଡପୋଷୀ, ଚାଇଁବସା, ଚକ୍ରଧରପୁର ଏବଂ ମନୋହରପୁର ଷ୍ଟେସନ ଦେଇ ଅତିକ୍ରମ କରିବା ସହିତ ରହଣୀ ହେବାର ବ୍ୟବସ୍ଥା ହୋଇଛି ।

କଟକ-ବ୍ରହ୍ମପୁର ମେମୁ ଏକ୍ସପ୍ରେସର ରୁଟ୍ ଇଚ୍ଛାପୁରମ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିବା ବେଳେ ଏହା ସମସ୍ତ ଷ୍ଟେସନମାନଙ୍କରେ ରହଣୀ ବ୍ୟବସ୍ଥା ହୋଇଛି ।

ବିଶାଖାପାଟଣା-ପଲାସା ପ୍ୟାସେଞ୍ଜର ଟ୍ରେନଟି ବ୍ରହ୍ମପୁର ପର୍ଯ୍ୟନ୍ତ ରୁଟ୍ ବିସ୍ତାରିତ ହୋଇଛି ଏବଂ ଏହା ଏହି ରେଳପଥରେ ରହିଥିବା ସମସ୍ତ ଷ୍ଟେସନମାନଙ୍କରେ ରହଣୀ ବ୍ୟବସ୍ଥା ହୋଇଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ କେନ୍ଦ୍ର ରେଲୱେ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଏହି ଟ୍ରେନ ଗୁଡ଼ିକର ଲେ-ଓଭର ହ୍ରାସ କରିବା ଲକ୍ଷ୍ୟ ନେଇ ଏହି ସେବା ବିସ୍ତାରିତ କରାଯାଇଛି ।

ଏହିକ୍ରମରେ ପ୍ରଥମେ ଗତିମାନ ଏକ୍ସପ୍ରେସକୁ ପରୀକ୍ଷାମୂଳକ ଭାବେ ରୁଟ୍ ସମ୍ପ୍ରସାରିତ କରାଯାଇଥିଲା ଏବଂ ଏଥିରେ ଅହେତୁକ ସଫଳତା ମିଳିପାରିଥିଲା । ଏହି ଟ୍ରେନଟି ଆଗ୍ରାରୁ ଗ୍ୱାଲିୟର ଏବଂ ଝାନସୀ ପର୍ଯ୍ୟନ୍ତ ରୁଟ୍ ବିସ୍ତାରିତ କରାଯାଇଥିଲା ।

Leave A Reply

Your email address will not be published.