ଭୁବନେଶ୍ୱର: ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ଭୁବନେଶ୍ୱରର ଏକ ଟାଟୁ ପାର୍ଲରର ମାଲିକ ସହ ଟାଟୁ ଆଙ୍କୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ କମିଶନରେଟ୍ ପୋଲିସ ଏହି ଘଟଣା ସହିତ ଜଡିତ ‘ରକି ଟାଟୁଜ୍’ର ମାଲିକ ରକି ରଞ୍ଜନ ବିଶୋୟୀ ଚିତ୍ରକର ଅଶ୍ୱିନୀ କୁମାର ପ୍ରଧାନଙ୍କୁ ଗିରଫ କରିଛି। କାରଣ ବିଦେଶୀ ମହିଳା ଜଣକ ତାଙ୍କ ପାର୍ଲରରେ ଏହି ଟାଟୁ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି।
ଏନେଇ ହିନ୍ଦୁ ସେନା ସଂଗଠନ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ବିଏନଏସର ଧାରା ୨୯୯ ଅନୁଯାୟୀ ଏକ ମାମଲା ରୁଜୁ କରି ରକିକୁ ଗିରଫ କରିଛି।
ଅପରପକ୍ଷରେ ଟାଟୁ ପାର୍ଲର ପକ୍ଷରୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉକ୍ତ ବିଦେଶିନୀଙ୍କ ଫଟୋ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ତାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ ପ୍ରଦର୍ଶିତ ହୋଇଥିଲା। ତେବେ ବ୍ୟାପକ ଟ୍ରୋଲ୍ ପରେ ଏହାକୁ ଡିଲିଟ୍ କରିଦିଆଯାଇଥିଲା।
Comments are closed.