Latest Odisha News

BREAKING NEWS

ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତରଣ ପ୍ରସଙ୍ଗ, ଖୁବଶୀଘ୍ର ହେବ ସହମତିଭିତ୍ତିକ ସମାଧାନ

ଭୁବନେଶ୍ୱର: ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଯାଇଛି।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ବେଶ୍ ଫଳପ୍ରଦ ରହିଛି। ତେବେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନର ବାଟ ବାହାରିବା ପାଇଁ ଯାଉଛି ବୋଲି କୁହାଯାଇଛି ।

ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ରମାଦେବୀ ଜୁନିଅର କଲେଜକୁ ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବା ସହ ବାଳିକା ଉଚ୍ଚ ବିଦ୍ୟାଳୟର ମିଶ୍ରଣ ୟୁନିଟ୍-୯ ବାଳକ ହାଇସ୍କୁଲ୍ ସହ କରିବାକୁ ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା ।

Leave A Reply

Your email address will not be published.