Latest Odisha News

ଶିମିଳିପାଳରେ ମଧ୍ୟପ୍ରଦେଶର ମହାବଳ: ୩ ରାଜ୍ୟ ସୀମା ଡେଇଁଛି, ସ୍ପଷ୍ଟ କଲା ବାଘ ସେଲ୍

ଭୁବନେଶ୍ୱର: ମଧ୍ୟପ୍ରଦେଶର ମହାବଳ ବାଘ ୩ଟି ରାଜ୍ୟ ସୀମା ଡେଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଛି। ବନ ବିଭାଗର କ୍ୟାମେରାରେ ମହାବଳ ବାଘର ଚିତ୍ର କଏଦ ହୋଇଛି । ତେବେ ବାଘଟି ମଧ୍ୟପ୍ରଦେଶରୁ ଆସିଥିବା ନେଇ NTCA (National Tiger Conservation Authority) ସୂଚନା ଦେଇଛନ୍ତି । ମହାବଳଟି ଚାଲି ଚାଲି ଏକ ହଜାରରୁ ଅଧିକ କିଲୋମିଟର ଅତିକ୍ରମ କରିଥିବା ଅନୁମାନ କରାଯାଉଛି।

ମଧ୍ୟପ୍ରଦେଶର ମହାବଳଟି ଜାତୀୟ ପାର୍କରୁ ଚାଲିକି ଛତିଶଗଡ଼ ଜଙ୍ଗଲ ପାର୍ କଲା। ଏଠାରୁ ପୁଣି ଚାଲି ଚାଲି ଝାଡଖଣ୍ଡ ପାଲାମାଓ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ପଶିଲା। ସେଠାରୁ ଚାଲିକି ସିଧା ଆସି ଶିମିଳିପାଳରେ ପହଞ୍ଚିଥିବା ନେଇ ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଏକ୍ସରେ ସୂଚନା ଦେଇଛନ୍ତି। ତାଙ୍କ ଏକ୍ସରେ ମହାବଳ ବାଘର ଫଟୋ ମଧ୍ୟ ସେୟାର କରିଛନ୍ତି। ସୁଶାନ୍ତ ନନ୍ଦଙ୍କ ମୁତାବକ ବାଘର ବୟସ ୪ ବର୍ଷ ହେବ। ବାଘଟି ସଞ୍ଜୟ-ଦୁବରୀ ପାର୍କରେ ରହୁଥିବା ଅନୁମାନ କରାଯାଉଛି।

କ୍ୟାମେରା ଟ୍ରାପରୁ କଏଦ ଫଟୋକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ବାଘ ସେଲକୁ ପଠାଯାଇଥିଲା। ବାଘ ଶରୀରରେ ଥିବା ଗାର ଚିହ୍ନ ଯାଞ୍ଚ କରାଯିବା ପରେ ଜଣାପଡିଲା ଯେ ଏହା ମଧ୍ୟପ୍ରଦେଶର ବାଘ । ଯାହାକୁ ନେଇ ସେଲ୍ ସ୍ପଷ୍ଟ କଲା। ଅନ୍ୟପଟେ ଶୁସାନ୍ତ ନନ୍ଦ କହିଛନ୍ତି, ବାଘଟି ଏକ ସମ୍ବରକୁ ମାରି ଖାଉଥିବାର ଦୃଶ୍ୟ କଏଦ ହୋଇଛି। ଅର୍ଥାତ ଏହି ଶିମିଳିପାଳ ଅଭୟାରଣ୍ୟରେ ବାଘ ରହିବାକୁ ଇଚ୍ଛୁକ। ଯଦି ଏପରି ହୁଏ ତେବେ ଏଥିପ୍ରତି କୌଣସି ଆପତ୍ତି ନାହିଁ। ଯେବେ ଇଚ୍ଛୁକ ବାଘଟି ଫେରିବାକୁ ଚାହିଁବ ସେ ଯାଇବରିବ। ଏତେ ଦୂର ଚାଲି ଚାଲି ମଧ୍ୟପ୍ରଦେଶରୁ ଓଡିଶା ଆସିବା ବିରଳ ଘଟଣା। ସୂଚନାଥାଉକି ପୂର୍ବରୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଏକ ବାଘ ଚାଲି ଚାଲି ଆନ୍ଧ୍ରପ୍ରଦେଶ ସୀମା ପହଞ୍ଚିଥିଲା।

Comments are closed.