Latest Odisha News

ଚାରି ରାଜ୍ୟ ପାରି ହୋଇ ଓଡ଼ିଶା ଆସିଛି ମହାବଳ ବାଘ

ପାରଳାଖେମୁଣ୍ଡି:ଗଜପତି ଜଙ୍ଗଲରେ ମହାରାଷ୍ଟ୍ରର ମହାବଳ ବାଘ । ୭୫୦ କିମି ଅତିକ୍ରମ କରି ମହାରାଷ୍ଟ୍ରରୁ ଆସିଛି ଓଡ଼ିଶା । ବନ ବିଭାଗ ସୂଚନା ଅନୁଯାୟୀ ବାଘଟି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ଡେଇଁ ଓଡ଼ିଶାରେ ପହଞ୍ଚିଛି ମହାବଳ । ୭୫୦ କିମି ରାସ୍ତା ଅତିକ୍ରମ କରି ଭାରତର ପଶ୍ଚିମାଞ୍ଚଳ ବିଦର୍ଭରୁ ବାଘଟି ପୂ୍ର୍ବାଞ୍ଚଳ ଓଡ଼ିଶାକୁ ଆସିଛି । ଏବେ ମହାବାଳ ବାଘକୁ ଓଡ଼ିଶାର ମହେନ୍ଦ୍ରଗିରି ରେଞ୍ଜ ତଥା ଗଜପତି ଜିଲ୍ଲା ଅଳାଁବର ଜଙ୍ଗଲରେ ଠାବ କରିଛି ବନବିଭାଗ ।

ବନ୍ୟାପ୍ରାଣୀ ପିସିସିଏଫଙ୍କ କହିବା ଅନୁସାରେ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରେ ଥିଲା ।  ୨୦୨୧ରେ ଏହାର ଫଟୋ ବ୍ରହ୍ମପୁରୀ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଧରାପଡିଥିଲା । ଏବେ ଆସି ଓଡ଼ିଶାରେ ପହଞ୍ଚିଛି । ତେବେ ୭୫୦ କିମି ରାସ୍ତ ରାସ୍ତ ପୁଣି କେତେ ନଦୀ, ନାଳ, ପର୍ବତ, ଜନବସତି ପାର ହୋଇ କେମିତି ଆସିଲା ଏବଂ କେମିତି କାହା ଆଖିରେ ଧରା ନ ପଡିଲା ତାହା ସମସ୍ତଙ୍କୁ ଚକିତ କରିଛି ।

ଯାହା ବି ହେଉ, ବାଘଟି ସୁରକ୍ଷିତ ସ୍ଥାନ କିମ୍ବା ସାଥୀ ଖୋଜି ଖୋଜି ଏଠାକୁ ଆସିଥିବା କୁହାଯାଉଛି । ବାଘଟି ବାଟରେ କିମ୍ବା ଏଠାରେ କାହାର କୌଣସି କ୍ଷୟକ୍ଷତି କରି ନ ଥିବା ଜଣାଯାଇଛି । ବାଘର ଏପରି ଯାତ୍ରା ଏକ ବିରଳ ଘଟଣା ଏବଂ ଭାରତରେ ଦ୍ୱିତୀୟ ଥର ପାଇଁ ଏପରି ଘଟିଛି ।

ସୂଚନାଥାଉ କି, ଏହା ପୂର୍ବରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଞ୍ଚଳରେ ମହାବଳଟି ବୁଲୁଥିବା ଏବଂ ଗୋରୁଗାଈ ଶିକାର କରୁଥିବା ଖବର ସାମ୍ନାକୁ ଆସିଥିଲା । ପରେ ବନ ବିଭାଗ ପକ୍ଷରୁ ଏହାକୁ ଟ୍ରାପ କରିବା ପାଇଁ କ୍ୟାମେରା ମଧ୍ୟ ଲାଗିଥିଲା । କ୍ୟାମେରାରେ ମହାବଳର ଫଟୋ ସାମ୍ନାକୁ ଆସିଥିଲା । ମହାବଳ ଉପରେ ବନ ବିଭାଗ ନଜର ରଖିଛି ।

Comments are closed.