Latest Odisha News

ବଟଲରଙ୍କ ବିସ୍ଫୋରକ ଶତକ: ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିଜୟ ସନ୍ଧାନରେ ଥିବା ସନରାଇଜର୍ସ ହାଇଦ୍ରାବାଦକୁ ପୁନର୍ବାର ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ୫୫ ରନରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଜୋସ ବଟଲର(୧୨୪ ରନ, ୬୪ ବଲ, ୧୧ଚୌକା, ୮ଛକା) ଏବଂ ଅଧିନାୟକ ସଞ୍ଜୁ ସାମସନ(୪୮ରନ, ୩୩ବଲ, ୪ଚୌକା, ୨ଛକା)ଙ୍କ ଚମତ୍କାର ବ୍ୟାଟିଂ ବଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ବିନିମୟରେ ୨୨୦ ରନ କରିଥିଲା । ବଟଲରଙ୍କ ଏହା ପ୍ରଥମ ଟି୨୦ ଶତକ ।

ଜବାବରେ ୨୨୧ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୧୬୫ ରନ କରିବାକୁ ସକ୍ଷମ ହୋଇଥିଲା । ମନୀଷ ପାଣ୍ଡେ ୩୧ ଏବଂ ଜନୀ ବେୟାରଷ୍ଟୋ ୩୦ ରନ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ଫେଲ୍ ମାରିଥିଲେ । ରାଜସ୍ଥାନ ପକ୍ଷରୁ ମୁସ୍ତାଫିଜୁର ରହେମାନ ଓ କ୍ରିସ ମୋରିସ ୩ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ ।

Comments are closed.