Latest Odisha News

ରେଲୱେ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣ ଗିରଫ

ଭୁବନେଶ୍ବର : ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ରେଳ ସୁରକ୍ଷା ବଳ ବା ଆରପିଏଫ । ଭୁବନେଶ୍ବର ରେଳ ବିହାରରୁ ଚୋରି କରୁଥିବା ସମୟରେ ୩ ଜଣଙ୍କୁ ଗିରଫ କରିଛି ଆରପିଏଫ୍ । ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ସହ ସିସିଟିଭି ଫୁଟେଜ୍ ଆଧାରରେ ଆରପିଏଫ୍ କ୍ରାଇମ ଇନଭେଷ୍ଟିଗେସନ୍ ଶାଖା ଓ ମୁଖ୍ୟାଳୟ ଆରପିଏଫ୍ ରିଜର୍ଭ କମ୍ପାନୀର ମିଳିତ ସହଯୋଗରେ ଏହି ୩ ଅଭିଯୁକ୍ତ ଗିରଫ କରାଯିବା ସହ ଜବତ ହୋଇଛି ଚୋରି ହୋଇଥିବା ରେଳ ସମ୍ପତ୍ତି ।

ଗିରଫ ଅଭିଯୁକ୍ତମାନେ ପୂର୍ବରୁ ରେଳ ବିହାରର କିଛି ଘରୁ ତମ୍ବା ତାର ଓ ଏସି ଚୋରି କରିଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତ ନିକଟସ୍ଥ ସାଲିଆ ସାହିର ବାସିନ୍ଦା । ଏବଂ ରେଳ ବିହାର କଲୋନୀ ସହିତ ଭଲ ଭାବେ ପରିଚିତ ଥିଲେ । ଗିରଫ ପରେ ଏହି ୩ ଅଭିଯୁକ୍ତଙ୍କୁ ମଞ୍ଚେଶ୍ବର ଆରପିଏଫ ପୋଷ୍ଟକୁ ପଠାଇ ଦିଆଯାଇଛି ।

Comments are closed.