Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୧୦ ହଜାର ୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାରରୁ ଅଧିକ ପଜିଟିଭ୍ । ସାରା ରାଜ୍ୟରୁ ଆଜି ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୧୪ ଜଣ ଥିବା ବେଳେ, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଞ୍ଜାମରୁ ୩୬୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ଝାରସୁଗୁଡ଼ାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାସହ ନୟାଗଡ଼ରୁ ୨୪୫ ଜଣ ଥିବା ବେଳେ, ଢେଙ୍କାନାଳରୁ ୨୩୬, ବାଲେଶ୍ବରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡ଼ାରୁ ୨୦୨, ରାୟଗଡ଼ାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଞ୍ଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୋନପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୧, ଦେବଗଡ଼ରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନଗିରିରୁ ୮୩ ଓ ଷ୍ଟେଟ୍ ପୁଲରୁ ୨୭୧ ଜଣ ଅଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୫ ଲକ୍ଷ ୪୬ ହଜାର ୬୩୧ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.