Latest Odisha News

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗିର ରେଲୱେ ଷ୍ଟେଶନରେ ।

ଗତକାଲି ଭୋର ୪ଟା ୪୦ ସମୟର ଘଟଣା । ଜଣେ ଗେରୁଆ ବସ୍ତ୍ର ଧାରୀ ବାବା ହଠାତ ଟ୍ରାକକୁ ଓହ୍ଲାଇ ଟ୍ରେନ ଆଡକୁ ମାଡି ଚାଲିଥିଲେ । ସେପଟୁ ମାଡି ଆସୁଥିଲା ଟ୍ରେନ । କେହି କିଛି ବୁଝିବା ଆଗରୁ ହଠାତ ଦୗେଡି ଆସିଲେ ଆର.ପି.ଏଫ କନଷ୍ଟେବଲ ସମ୍ୱିତ ସାହୁ ଏବଂ ଟି.ବି ସେଠ । ଟ୍ରେନ ମୁହଁରୁ ବାବାଙ୍କୁ ଟାଣି ଆଣିଥିଲେ । ମରଣମୁହଁରୁ ବଞ୍ଚିଗଲେ ବାବା । ବାବାଙ୍କ  ଜୀବନ ବଞ୍ଚାଇଲେ ରେଲୱେ ପୋଲିସ କନଷ୍ଟେବଲ । ସିସିଟିଭିରେ କଏଦ ହେଲା ଏହାର ଦୃଶ୍ୟ ।

ସୂଚନାରୁ ଜଣାପଡିଛି, ବାବା ଜଣକ ବଲାଙ୍ଗିର  ସହର ବିଷ୍ଣୁମୁଣ୍ଡା ଗାଁର ବିଶିକେଶନ ନାଏକ ବୋଲି ଜଣାପଡିଛି । ଗତ କିଛି ବର୍ଷ ହେଲା ସନ୍ୟାସ ଦୀକ୍ଷା ନେଇଛନ୍ତି ବିଶିକେଶନ । କିନ୍ତୁ ସେ କଣ ପାଇଁ ଚଳନ୍ତା ଟ୍ରେନ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣାପଡିନାହିଁ । ରେଲୱେ ପୋଲିସ ବିଶିକେଶନକୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଡାକି ହସ୍ତାନ୍ତର କରିଛି ।

ସେପଟେ ସି.ସି.ଟିଭି ଭିଡିଓ ଭାଇରାଲ ହେବା ପରେ ଆର.ପି.ଏଫ ଜବାନ ସମ୍ୱିତ ସାହୁଙ୍କ ସାହାସକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

Comments are closed.