Latest Odisha News

ଆଫ୍ରିକାରେ ସୁଟିଂ ହେବ ‘ଆରଆରଆର-୨’

ମୁମ୍ବାଇ: ଆଫ୍ରିକାରେ ସୁଟିଂ ହେବ ‘ଆରଆରଆର-୨’ । ଆଫ୍ରିକାରେ ରାମ ଚରଣ ଏବଂ ଏନ୍‌ଟିଆର ଜୁନିୟରଙ୍କ ସହିତ କାହାଣୀ ପ୍ରଦର୍ଶିତ ହେବ । ନିକଟରେ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ ଏହା ପ୍ରକାଶ କରିଛନ୍ତି ।

ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’ ସୁପରହିଟ୍ ହୋଇଥିଲା । ଏମିତି କି ଫିଲ୍ମର ଗୀତ ମଧ୍ୟ ଓସ୍କାର ଆୱାର୍ଡ ପାଇଥିଲା । ଏହି ବ୍ଲକବଷ୍ଟର ଫିଲ୍ମର ସଫଳତା ଦେଖିବା ପରେ ନିର୍ମାତା ଏହାର ସିକ୍ୱେଲ ଘୋଷଣା କରିଥିଲେ । ସିକ୍ୱେଲ ବିଷୟରେ ସୂଚନା ପାଇବା ପରେ ପ୍ରଶଂସକମାନେ ଖୁସି ହୋଇଯାଇଥିଲେ । ଏହି ଫିଲ୍ମକୁ ସେମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି । ଫିଲ୍ମ ‘ଆରଆରଆର-୨’ର ସ୍କ୍ରିପ୍ଟ ଉପରେ କାମ ଜୋରସୋର ଚାଲିଛି । ଏହି ଫିଲ୍ମ ଆଫ୍ରିକାରେ ସୁଟିଂ ହେବ ବୋଲି ଏସ ରାଜାମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ, ଫିଲ୍ମର ସିକ୍ୱେଲରେ କାହାଣୀ ଆଫ୍ରିକାରେ ଜାରି ରହିବ । ଏବେ ଏସ ରାଜାମୌଲି ମହେଶବାବୁଙ୍କ ସହିତ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହା ଶେଷ ହେବା ପରେ ହିଁ ସେ ଆରଆରଆର- ୨ ର କାମ ଆରମ୍ଭ କରିବେ ।

Comments are closed.