Latest Odisha News

BREAKING NEWS

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ଖାସ୍‌ ଉପହାର ଦେଲେ ଆଲିଆ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଆଲିଭଟ୍ଟଙ୍କ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି ଆଲିଆଙ୍କ ପ୍ରଶଂସକଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ‘ଆରଆରଆର’ରେ ଆଲିଆଙ୍କ ନୂଆ ଲୁକ୍‌ ସାମ୍‌ନାକୁ ଆସିଛି। ଫିଲ୍ମର ନିର୍ମାତାମାନେ ଆଲିଆଙ୍କ ଜନ୍ମଦିନରେ ଏହି ବିଶେଷ ଲୁକ୍ ରିଲିଜ୍ କରିଛନ୍ତି।

ନିର୍ଦ୍ଦେଶକ ଏସ୍ ରାଜାମୌଲି କ୍ୟାପସନ୍ ସହିତ ଆଲିଆଙ୍କ ଏହି ଲୁକ୍‌କୁ ସେୟାର୍‌ କରିଛନ୍ତି, ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ସୀତାଙ୍କ ଲୁକ୍‌କୁ‌ ପ୍ରଶଂସକ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି।

ଏସଏସ ରାଜାମୌଲିଙ୍କ RRR ରେ ସୀତା ଭାବରେ ଆଲିଆ ଭଟ୍ଟଙ୍କ ଲୁକ୍‌ ପ୍ରଶଂସକଙ୍କୁ ଉତ୍ସାହିତ କରିଛି।
RRR ରେ ରାମ ଚରଣ, Jr NTR, ଅଜୟ ଦେବଗନ୍, ସାମୁଥିରାକାନି, ଅଲିଭିଆ ମୋରିସ୍, ଆଲିସନ୍ ଡୁଡି ଏବଂ ର‌େ ଷ୍ଟିଭେନ୍ସନ୍ ମଧ୍ୟ ଅଭିନୟ କରିଛନ୍ତି। ଏହା ଅକ୍ଟୋବର ୧୩, ୨୦୨୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.