Latest Odisha News

୩ ବର୍ଷରେ ଲୁଟିନେଲେଣି ୧୨୫ କୋଟି ଟଙ୍କା

ଭୁବନେଶ୍ବର: ୩ ବର୍ଷରେ ଲୁଟିଲେଣି ୧୨୫ କୋଟି । ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଫେରିପାଇଛନ୍ତି ଲୋକେ । ଏବେ ସାଇବର ଲୁଟେରାଙ୍କ ପାଦୁର୍ଭାବ ବଢିଥିବା ବେଳେ ଏନେଇ ଗୃହରେ କିଛି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସାଇବର ସୁରକ୍ଷା ନେଇ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୩ ବର୍ଷରେ ୧୨୫ କୋଟି ଲୁଟି ନେଲେଣି ସାଇବର ଲୁଟେରା । ଏଯାବତ ଏନେଇ ୬ ହଜାର ୩୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହୋଇଛନ୍ତି ୧୩୮୮ ଜଣ ଲୁଟେରା । ହେଲେ ଲୋକଙ୍କୁ ଫେରସ୍ତ ହୋଇଛି ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ।

୨୦୨୩ରେ ୨୩୪୮ ଟି ମାମଲାରେ ୫୨୨ ଗିରଫ ହୋଇଥିବା ବେଳେ ୪୭ କୋଟି ୯୪ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ରାଜ୍ୟରେ ଏହି ଘଟଣା ବାରମ୍ବାର ଘଟୁଥିବାବେଳେ ଏ ଘଟଣାରେ ସରକାର ଶକ୍ତ ପଦକ୍ଷେପ ନେଉଛନ୍ତି । ଆଗକୁ ମଧ୍ୟ ଏପରି ଘଟଣାକୁ ମୁକାବିଲା କରିବା ପାଇଁ ଲୋକାଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.