Latest Odisha News

BREAKING NEWS

କୁଆଡେ ଗଲା ୬୬୯୧ କୋଟିର ୨୦୦୦ ଟଙ୍କିଆ ନୋଟ?

ନୂଆଦିଲ୍ଲୀ: କୁଆଡେ ଗଲା ୬ ହଜାର ୬୯୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ? ଆରବିଆଇ ପାଖରେ ପହଞ୍ଚିନି । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ଘୋଷଣା କରିଛି ଯେ, ଆଦାୟ ହୋଇଥିବା ଅଚଳ ୨୦୦୦ ଟଙ୍କିଆ ନୋଟ ମଧ୍ୟରୁ ୯୮.୧୨ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଫେରସ୍ତ ହୋଇଛି ।

୧୯ ମେ ୨୦୨୩ ରେ ଆରବିଆଇ ପକ୍ଷରୁ ୨୦୦୦ନୋଟ ପ୍ରତ୍ୟାହାର କରାଯାଇଥିବା ବେଳେ ଏବେ ସୁଦ୍ଧା ୨୦୦୦ ଟଙ୍କା ନୋଟର ୯୮.୧୨ ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । ଗତବର୍ଷ ଡିସେମ୍ବର ୩୧ ସୁଦ୍ଧା ୬,୬୯୧ କୋଟି ଟଙ୍କାର ୨୦୦୦ ନୋଟ ଏବେ ବି ବ୍ୟାଙ୍କ ନିକଟକୁ ଫେରିନାହିଁ ।

ଆରବିଆଇ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯାଇଥିବା ବେଳେ ସେତେବେଳେ ବଜାରରେ ୩ ଲକ୍ଷ ୫୬ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା । ସେଥିରୁ ୯୮.୧୨ ପ୍ରତିଶତ ନୋଟ୍ ଫେରିଆସିଥିବା ବେଳେ ଆହୁରି ୬୬୯୧ କୋଟି ଟଙ୍କାର ଦୁଇହଜାର ଟଙ୍କିଆ ଫେରିବା ବାକି ରହିଛି । ଭୁବନେଶ୍ବର ସମେତ ଦେଶର ୧୯ଟି ସ୍ଥାନରେ ରିଜର୍ଭ ବ୍ୟାଙ୍କର ଥିବା ଇସ୍ୟୁ କାର୍ୟ୍ୟାଳୟରେ ଦୁଇ ହଜାର ଟଙ୍କିଆ ବଦଳ କରିବା ବ୍ୟବସ୍ଥା ରହିଛି । ଡାକ ଜରିଆରେ ମଧ୍ୟ ଲୋକମାନେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆକୁ ନିଜ ବ୍ୟାଙ୍କ ଖାତା ବିବରଣୀ ସହ ପଠାଇପାରିବେ। ଦୁଇ ହଜାର ଟଙ୍କିଆ ଲିଗାଲ୍ ଟେଣ୍ଡର ହୋଇ ରହିଛି ।

Comments are closed.