ଢେଙ୍କାନାଳ: ସାରା ବିଶ୍ୱରେ ଆଜିକାଲି କେଉଁଠି ନା କେଉଁଠି ଲାଗି ରହୁଛି ଅଶାନ୍ତି । ଭାରତ ମାଟିରୁ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରସାରିତ ହୋଇଥିବା ବେଳେ ଆଜି ଆମ ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଅଶାନ୍ତି ଦେଖାଦେଇଛି । ଶାନ୍ତି ବିନା ବିକାଶ ହୋଇପାରିବ ନାହିଁ । ତେଣୁ ଶାନ୍ତି ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଆଇଆଇଏମ୍ସିର ମହାନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସଂଜୟ ଦ୍ୱିବେଦୀ ।
ଆଇଆଇଏମ୍ସି ଢେଙ୍କାନାଳରେ ଗଣତନ୍ତ୍ର ଦିବସ ଅବସରରେ ଶାନ୍ତି ସାମ୍ବାଦିକତା ମନୋଗ୍ରାଫ୍ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଦେଶ ଦେଶ ମଧ୍ୟରେ ସଂଘର୍ଷ ଲାଗି ରହୁଛି । ବିଶ୍ୱରେ ଆତଙ୍କବାଦ ଏକ ବଡ ସମସ୍ୟା । ତେଣୁ ଶାନ୍ତି ପ୍ରତିଷ୍ଠା ଦିଗରେ ଗଣମାଧ୍ୟମ ଏକ ବଡ ଭୂମିକା ତୁଳାଇବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫେସର ଦ୍ୱିବେଦୀ ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଡିଭିଆର୍ ମୂର୍ତ୍ତି କହିଛନ୍ତି, ଆଜିକାଲି ଗଣମାଧ୍ୟମରେ ବହୁତ କମ୍ ଶାନ୍ତି ସାମ୍ବାଦିକତା ଦେଖା ଦେଉଛି । ଶାନ୍ତି ସାମ୍ବାଦିକତାର ପ୍ରମୁଖ ଉପାଦାନ ସତ୍ୟତା ହୋଇଥିବାରୁ ସତ୍ୟ, ତଥ୍ୟ, ଖବରର ଟିକିନିଖି ଗବେଷଣା, ବିଶ୍ଲେଷଣ ଓ ଉପସ୍ଥାପନା ପ୍ରତି ସଚେତନ ରହିବାକୁ ସେ ଯୁବ ସାମ୍ବାଦିକଙ୍କୁ ଆହ୍ୱାନ ଦେଇଥିଲେ ।
ଗୁଗୁଲ ମିଟ୍୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ, ଏବେ ଶାନ୍ତି ସାମ୍ବାଦିକତାର ବେଶ୍ ଆବଶ୍ୟକତା ଅଛି । ଆଇଆଇଏମ୍ସି ଢେଙ୍କାନାଳର ଏହି ମନୋଗ୍ରାଫଟି ସାମ୍ବାଦିକତାର ଛାତ୍ରଛାତ୍ରୀ ଓ ସାମ୍ବାଦିକଙ୍କୁ ନୂଆ ଦିଗ ଦେଖାଇ ପାରିବ ।
କାର୍ଯ୍ୟକ୍ରମକୁ ଆଇଆଇଏମ୍ସି ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତିପ୍ରକାଶ ମହାପାତ୍ର ।
ଶାନ୍ତି ସାମ୍ବାଦିକତା ମନୋଗ୍ରାଫରେ ୧୫ଟି ସନ୍ଦର୍ଭ ଓ ନିବନ୍ଧ ଅଛି । ଦେଶର ଖ୍ୟାତାନାମା ଶିକ୍ଷାବିତ ଓ ସାମ୍ବାଦିକମାନେ ଏହା ଲେଖିଛନ୍ତି ।
BREAKING NEWS
- “କାଶ୍ମୀରୀଙ୍କୁ ପାକିସ୍ତାନର ସୁରକ୍ଷା? ଫାରୁକ୍ଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗରମ ହେଲା ରାଜନୀତି!”
- ବାତ୍ୟା ଆଶଙ୍କାରେ ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତସୂଚୀ
- ପ୍ରତ୍ୟାବର୍ତ୍ତନର ପ୍ରତିଶ୍ରୁତି ଦେଇ ପରେ ଫୋନ୍ ଉଠାଇ ନଥିଲେ କୋହଲି ? ଅମିତଙ୍କ ବଡ଼ ଖୁଲାସା !
- ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା
- ସମ୍ଭାବ୍ୟ ବାତ୍ୟା ମଧ୍ୟରେ ତୋରଣ ଶୀଘ୍ର ଖୋଲିବାକୁ ନିର୍ଦ୍ଦେଶ
- ଜାପାନର ହିନା ଅକିଚିଙ୍କୁ ହରାଇ ଫ୍ରେଞ୍ଚ ଓପନ୍ର ଫାଇନାଲରେ ପ୍ରବେଶ କଲେ ପି.ଭି. ସିନ୍ଧୁ
- ୧୬ ବର୍ଷ ପରେ ମଧ୍ୟ ସମୁଦ୍ରରେ ଜୀବନ୍ତ ତେଲ ଦୁର୍ଘଟଣାର ବିଷ: ସାମୁଦ୍ରିକ ପରିବେଶ ପାଇଁ ଏକ ବଡ଼ ଚେତାବନୀ
- ଷ୍ଟ୍ରିଂ ଥିଓରୀର ଅଗ୍ରଦୂତ ଅଶୋକ ସେନଙ୍କୁ ଓସ୍କାର କ୍ଲାଇନ ମେଡାଲ୍
- ବାରହା ଫାଶ ନେଲା ଯୁବକଙ୍କ ଜୀବନ
- ୨୭ ରନ୍ କରି ଇତିହାସ ରଚିଲେ ଅଭିଷେକ : ଟି-ଟ୍ୱେଣ୍ଟି କ୍ରିକେଟରେ କଲେ ଏହି ବିଶ୍ୱ ରେକର୍ଡ

Comments are closed.