Latest Odisha News

BREAKING NEWS

ବିନା ଗ୍ୟାରେଂଟିରେ ଏମ୍‌ଏସ୍‌ଏମ୍‌ଇକୁ ୩ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା, ବିନା ଗ୍ୟାରେଂଟିରେ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ୩ ଲକ୍ଷ କୋଟିର ଋଣ । ଏହାଦ୍ୱାରା ୪୫ ଲକ୍ଷ ଏମ୍‌ଏସ୍‌ଏମ୍‌ଇଙ୍କୁ ଲାଭ ମିଳିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ।

ସେ କହିଛନ୍ତି, ୪ ବର୍ଷ ଯାଏଁ ବିନା ଗ୍ୟାରେଂଟିରେ ଏମ୍‌ଏସ୍‌ଏମ୍‌ଇଙ୍କୁ ଲୋନ ମିଳିବ । ପ୍ରଥମ ବର୍ଷ ମୁଳଧନ ସୁଝିବାକୁ ପଡିବ ନାହିଁ । ଏହି ପ୍ୟାକେଜ୍ ଦ୍ୱାରା ଦେଶର ବିକାଶର ଗତି ବୃଦ୍ଧି ପାଇବ ବୋଲି ନିର୍ମଳା କହିଛନ୍ତି ।

କୁଟିର ଓ ଲଘୁ ଉଦ୍ୟୋଗ ପାଇଁ ୬ଟି ବଡ ପଦକ୍ଷେପ ନିଆଯାଇଛି । ୨ଲକ୍ଷରୁ ଅଧିକ ଚାପଗ୍ରସ୍ତ ଏମ୍‌ଏସ୍‌ଏମ୍‌ଇଙ୍କୁ ୨୦ ହଜାର କୋଟି ଦିଆଯିବ, ଏଥିରୁ ସେମାନେ ଲାଭ ଉଠାଇପାରିବେ । ସେହିପରି ଏମ୍‌ଏସ୍‌ଏମ୍‌ଇ ବିସ୍ତାର ପାଇଁ ୫୦ ହଜାର କୋଟି ଟଙ୍କା ରଖାଯାଇଛି । ଯେଉଁମାନେ ଆଗକୁ ବିସ୍ତାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଫଣ୍ଡ ଅଫ୍ ଫଣ୍ଡ୍‌ସ ବ୍ୟବସ୍ଥା କରାଯାଇଛି ।

ସେହିପରି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଫାଇଦା ପାଇଁ ଏହାର ପରିଭାଷାକୁ ବଦଳାଯାଇଛି । ଆପଣ ଅଧିକ ନିବେଶ କରିଥିଲେ ମଧ୍ୟ ଏହା ଏମ୍‌ଏସ୍‌ଏମ୍‌ଇ ପରିସରଭୁକ୍ତ ରହିବ । ଅଧିକ ଟର୍ଣ୍ଣଓଭର ପରେ ବି ଏମ୍‌ଏସ୍‌ଏମ୍‌ଇର ସୁବିଧା ମିଳିପାରିବ । ଟର୍ଣ୍ଣଓଭର ୧ କୋଟିରୁ ୫କୋଟିରୁ ହୋଇଥିଲେ ସେମାନେ ଏମ୍‌ଏସ୍‌ଏମ୍‌ଇର ଲାଭ ନେଇପାରିବେ । ଏହାକୁ ମାଇକ୍ରୋ ଏମ୍‌ଏସ୍‌ଏମ୍‌ଇ ଭାବେ ଗ୍ରହଣ କରାଯିବ । ସେହିପରି ଶହେ କୋଟିର ଟର୍ଣ୍ଣଓଭର ହୋଇଥିଲେ ତାକୁ ମିଡିୟମ ଏମ୍‌ଏସ୍‌ଏମଇ ଭାବେ ଗ୍ରହଣ କରାଯିବ ।

Leave A Reply

Your email address will not be published.