Latest Odisha News

BREAKING NEWS

ଇପିଏଫ୍ ଭରିବେ କେନ୍ଦ୍ର ସରକାର: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି ଇପିଏଫ୍ ଜମା କରିବେ କେନ୍ଦ୍ର ସରକାର । ୧୫ ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ସରକାର ଇପିଏଫ୍ ଭରିବେ। ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଇପିଏଫ୍ ସରକାର ଜମା କରିବେ । ଏହାଦ୍ୱାରା ୭୨ ଲକ୍ଷ ୨୨ ହଜାର କର୍ମଚାରୀ ଉପକୃତ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ନିଷ୍ପତ୍ତି ନେଇଛନ୍ତି, ସରକାର ଅଗଷ୍ଟ ପର୍ଯ୍ୟନ୍ତ କମ୍ପାନୀ ଓ କର୍ମଚାରୀଙ୍କ ପକ୍ଷରୁ ନିଜ ଆଡୁ ଇପିଏଫଓରେ ୧୨-୧୨ ପ୍ରତିଶତ ଜମା କରିବେ। ଦେଶରେ ସଂଗଠିତ କ୍ଷେତ୍ରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ୪ ଲକ୍ଷରୁ ଅଧିକ ସଂସ୍ଥାକୁ ଲାଭ ମିଳିବ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ମଧ୍ୟ ସରକାର ଇପିଏଫଓରେ ନିଜର ଯୋଗଦାନ ଦେଇଥିଲେ। ଏବେ ଏହି ସୁବିଧାକୁ ଆହୁରି ତିନି ମାସ ବଢାଇ ଦିଆଯାଇଛି। ସରକାର ଅଗଷ୍ଟ ମାସ ପର୍ଯ୍ୟନ୍ତ ସଂସ୍ଥା ଓ କର୍ମଚାରୀଙ୍କ ୨୪ ପ୍ରତିଶତ ଇପିଏଫ ଭରିବେ।

 

Leave A Reply

Your email address will not be published.