Latest Odisha News

ଭଦ୍ରକରେ ନିୟମ ଉଲଂଘନ କଲେ ମିନି-ଭ୍ୟାନ ଡ୍ରାଇଭର୍, ୩୮,୫୦୦ଟଙ୍କା ଦେଲେ ଜୋରିମାନା !

ଭଦ୍ରକ: ଟ୍ରାଫିକ୍ ନିୟମ ଉଲଂଘନ କରି ଭଦ୍ରକରେ ଜଣେ ମିନି-ଭ୍ୟାନ ଡ୍ରାଇଭରଙ୍କୁ ୩୮,୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଚରମ୍ପାଠାରେ ଯାନବାହନ ଚେକିଂ ଚାଲିଥିବା ବେଳେ ଏହି ଡ୍ରାଇଭର ଜଣକ ଅନେକ ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଜଣାପଡ଼ିଥିଲା ।

ଗାଡ଼ି ଡ୍ରାଇଭର ଜଣକଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପରିମିଟର କାଗଜପତ୍ର କିମ୍ବା ଚଳାଚଳ କରୁଥିବା ଏହି ଯାନଟିର କୌଣସି ଫିଟନେସ୍ ପ୍ରମାଣପତ୍ର ନଥିଲା ।

ଭୁବନେଶ୍ୱରଠାରେ ବୁଧବାର ଦିନ ସେହିପରି ଜଣେ ଅଟୋ ଚାଳକ ବିଭିନ୍ନ କାଗଜପତ୍ର ଦେଖାଇ ନପାରିବା ଫଳରେ ତାଙ୍କୁ ୪୭,୫୦୦ ଟଙ୍କା ପରି ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଛି ।

Comments are closed.