Latest Odisha News

BREAKING NEWS

ବାଲ୍ୟ ବିବାହକୁ ନେଇ ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା ପୁରସ୍କାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଲେ ୫୦୦୦ ଟଙ୍କା ପୁରସ୍କାର ରାଶି ମିଳିବ ଘୋଷଣା କରିଛନ୍ତି ପ୍ରଶାସନ।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ଲାଗି ଅନୁରୋଧ କରାଯାଇଛି।

ଆହୁରି ମଧ୍ୟ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା ଗୁପ୍ତ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏପରିକି ଏହି ପୁରସ୍କାରରେ ଅଙ୍ଗନୱାଡି କର୍ମୀ ମଧ୍ୟ ଅନ୍ତର୍ଭୁକ୍ତ।

ତେବେ ଆଧାର କାର୍ଡ ମାଧ୍ୟମରେ ସମ୍ପୃକ୍ତ ପୁଅ ଏବଂ ଝିଅଙ୍କ ବୟସ ତଥା ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିବାକୁ ସେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଯଦିଓ କେହି ଶିଶୁଙ୍କ ବିବାହ ସମାରୋହ ଅନୁଷ୍ଠିତ ହେଉଛି ତେବେ ସଂପୃକ୍ତ ଅଙ୍ଗନବାଡି କର୍ମୀ ଏବଂ ସିଡିପିଓ ଦାୟୀ ରହିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

Comments are closed.