ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଖୋଲିପାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା କଲେଜ। କ୍ଯାମ୍ପସକୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।
ନିର୍ଦ୍ଦେଶନାମାରେ ପରୀକ୍ଷାଗାର, କ୍ଲାସରୁମ, ଶୌଚାଳୟ, ଲାବ୍ରୋଟୋରୀ ପ୍ରସ୍ତୁତ ରଖିବା ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏନେଇ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ଯୋଗୁଁ ଗତ ମାର୍ଚ୍ଚ ମାସଠାରୁ ରାଜ୍ୟରେ ବନ୍ଦ ରହିଛି କଲେଜ। କ୍ଲାସରୁମରେ ପାଠପଢ଼ା ବନ୍ଦ ରହିଛି। କେବଳ ଅନଲାଇନରେ ଚାଲିଛି ପାଠପଢ଼ା। ନିକଟରେ ଡିସେମ୍ବର ଗାଇଡଲାଇନରେ ରାଜ୍ୟ ସରକାର କୋଭିଡ କଟକଣା ଭିତରେ ମେଡିକାଲ କଲେଜ ଖୋଲିବାକୁ ଅନୁମତି ଦେଇଥିଲେ।