Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ଲାଗି ଦାନ ମାଗୁଥିବା ବେଳେ ଆରଏସ୍ଏସ୍ କର୍ମକର୍ତ୍ତାଙ୍କୁ ଗୁଳି

ଚଣ୍ଡିଗଡ଼: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଦାନ ମାଗୁଥିବା ବେଳେ ଗୁଳି କରିଛନ୍ତି ଦୁର୍ବୃତ୍ତ । ରାଜସ୍ଥାନର ରାମଗଞ୍ଜମଣ୍ଡି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି ।

ସୂଚନା ଅନୁସାରେ, ଆରଏସ୍ଏସ୍ କର୍ମକର୍ତ୍ତା ୪୮ ବର୍ଷିଅ ଦୀପକ ଶାହ ମଙ୍ଗଳବାର ରାତିରେ ରାମ ମନ୍ଦିର ନିର୍ମାଣ ଲାଗି ଦାନ ସଂଗ୍ରହ କରୁଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଦୀପକଙ୍କୁ ଉପରକୁ ଗୁଳିମାଡ଼ କରିଥିଲେ । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ କୋଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି ।

ପୋଲିସ ସୂଚନା ଅନୁସାରେ, ହିଷ୍ଟ୍ରୀ ସିଟର ମକସୁଦ୍ ପାୟାଙ୍କ ସହ ଦୀପକ ଶାହଙ୍କ ପ୍ରାୟ ୧୦ ଦିନ ତଳେ ଝଗଡ଼ା ହୋଇଥିଲା । ଦୀପକଙ୍କ ଅଭିଯୋଗ ଅନୁସାରେ ପୋଲିସ ପାୟାକୁ ଗିରଫ କରିଥିଲା । ତେବେ, ମଙ୍ଗଳବାର ଘଟିଥିବା ଗୁଳିକାଣ୍ଡ ଦାନ ସଂଗ୍ରହକୁ ନେଇ ହୋଇନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି । ମାମଲାରେ ପୋଲିସ ଭାବିକ ଚଢ଼ା ଓ ସୁଫିୟାନଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଅଭିଯୁକ୍ତ ଆସୁ ପାୟା ଖସିଯିବାରେ ସକ୍ଷମ ହୋଇଛି ।

Leave A Reply

Your email address will not be published.