Latest Odisha News

ବିଜେପିର ଖରାପ ପ୍ରଦର୍ଶନର କାରଣ ଜଣାଇଲା ଆରଏସଏସର ମୁଖପତ୍ର

ନୂଆଦିଲ୍ଲୀ: ଲୋକସଭା ୨୦୨୪ରେ ଏନଡିଏ ସରକାର ଗଠନ କରିବାରେ ସଫଳ ହୋଇଥିଲେ ମଧ୍ୟ ବିଜେପିର ପ୍ରଦର୍ଶନ କେତେକ ସ୍ଥାନରେ ନୈରାଶ୍ୟଜନକ ରହିଛି । ଗତ ଥର ତୁଳନାରେ ବିଜେପିର ସିଟ ସଂଖ୍ୟା କାହିଁକି କମିଲା ସେ ନେଇ ମନ୍ଥନ ଆରମ୍ଭ ହୋଇଛି । ଆରଏସଏସର ମୂଖପତ୍ର ଅର୍ଗାନାଇଜରରେ ଅତ୍ୟଧିକ ଆତ୍ମବିଶ୍ୱାସ ବିଜେପି ପରାଜୟର କାରଣ ଭାବେ ଉଲ୍ଲେଖ କରାଯାଇଛି । ସୋସିଆଲ ମିଡିଆରେ ପ୍ରଚାର ଏବଂ ସେଲ୍ଫୀକୁ ବିଜୟସୂତ୍ର ଭାବିବା ଉଚିତ ନୁହେଁ ।

ତୃଣମୂଳସ୍ତରରେ ତୁମେ ଯଦି ମତଦାତାଙ୍କ ସମ୍ପର୍କରେ ନ ରହିବ ତେବେ ସବୁ କିଛି ହାତରୁ ଯିବ । କେତେକ ସ୍ଥାନରେ ପ୍ରାର୍ଥୀ ଚୟନରେ ବିଜେପି ଭୁଲ କରିଥିଲା । ଏପରିକି କେତେକ ସ୍ଥାନରେ ପ୍ରାର୍ଥୀ ଅଦଳ ବଦଳ କରାଗଲା ଯାହାକି ଆବଶ୍ୟକ ନ ଥିଲା । ଭଲ ପ୍ରଦର୍ଶନ ପାଇଁ ଜୋର ଜବରଦସ୍ତ ସାଂସଦକୁ ମଧ୍ୟ ବଳି ପକାଯାଇଥିଲା । ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର ଗୋଷ୍ଠୀକୁ ସାମିଲ କରାଯିବା କିଛି ଆବଶ୍ୟକ ନଥିଲା ।

ବିଜେପି ଓ ବିଭାଜିତ ଶିବସେନା ଗୋଷ୍ଠୀ ଭଲ ସ୍ଥିତିରେ ଥିଲେ । ଏନସିପି ସ୍ୱତଃ ଦୁର୍ବଳ ହେଉଥିଲା । ଶରଦ ପାୱାରଙ୍କ ପରେ ଏହା ଆହୁରି ଦୁର୍ବଳ ହୋଇଯାଇଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଥିଯୋଗୁ ମହାରାଷ୍ଟ୍ରରେ ବିଜେପିର ବ୍ରାଣ୍ଡ ଭାଲ୍ୟୁ କମିଥିଲା । ସ୍ଥାନୀୟ ନେତା, କର୍ମୀ ଓ ପରିସ୍ଥିତିକୁ ମୁକାବିଲା କରୁଥିବା ନେତାମାନଙ୍କୁ ଅଣଦେଖା କରିବା ମଧ୍ୟ ଉଚିତ ନ ଥିଲା ବୋଲି କୁହାଯାଇଛି ।

Leave A Reply

Your email address will not be published.