Latest Odisha News

BREAKING NEWS

ଭୁବନେଶ୍ୱରରେ ଆଜିଠୁ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଠାରୁ ୯ ଦିନିଆ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଉକ୍ତ ବୈଠକରେ ଯୋଗଦେବା ନେଇ ସୂଚନା ମିଳିଛି । ପ୍ରଥମଥର ଲାଗି ଏହି ବୈଠକ ଓଡିଶାରେ ଆୟୋଜିତ କରାଯାଉଛି ।

ଆହୁରି ମଧ୍ୟ ଏହି ବୈଠକରେ ଦେଶର ସମସ୍ତ ପ୍ରାନ୍ତୀୟ ସ୍ତରର ସଂଘ ଚାଳକ, ପ୍ରାନ୍ତ ପ୍ରଚାରକ ସମେତ ବହୁ କର୍ମୀ ସାମିଲ ହେବା ନେଇ ଜଣାପଡିଛି ।

ତେବେ ଆରଏସଏସର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏହି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.