Latest Odisha News

BREAKING NEWS

ଏହି ୧୨ ରାଜ୍ୟରୁ ପୁରୀ ଆସିଲେ ପର୍ଯ୍ୟଟକଙ୍କ ପାଇଁ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ପୁରୀ: ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ପୁରୀରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି ହୋଇଛି । ଅଧିକ ସଂକ୍ରମିତ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ ଓ ଗୁଜରାଟ ସମେତ ୧୨ଟି ରାଜ୍ୟରୁ ପର୍ଯ୍ୟଟକଙ୍କ ପାଇଁ ଜାରି ହୋଇଛି କଟକଣା । ଏସବୁ ରାଜ୍ୟରୁ ଆସିଲେ ୭୨ ଘଣ୍ଟା ପୂର୍ବର RT-PCR ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ଯେଉଁ ପର୍ଯ୍ୟଟକମାନେ ସାଙ୍ଗରେ ନେଗେଟିଭ ରିପୋର୍ଟ ଆଣି ନ ଥିବେ ସେମାନଙ୍କୁ ୭ ଦିନ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଆଜିଠୁ ପୁରୀ ରେଳ ଷ୍ଟେସନରେ ଆରମ୍ଭ ହୋଇଛି RT-PCR ଟେଷ୍ଟ । କୋଭିଡ ପରୀକ୍ଷା ପରେ ହୋଟେଲରେ ପୃଥକବାସରେ ରହିବେ ପର୍ଯ୍ୟଟକ । ରିପୋର୍ଟ ନେଗେଟଭ୍ ବାହାରିଲେ ବୁଲାବୁଲି ପାିଁ ଅନୁମତି ମିଳିବ । ଏନେଇ ଆଜି ହୋଟେଲ ମାଲିକାମାନଙ୍କ ସହିତ ଜିଲା ପ୍ରଶାସନ ଆଲୋଚନା କରିବ​‌ ବୋଲି ସୂଚନା ମିଳିଛି ।

ଆଜି ପୁରୀରୁ ୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାରେ ମୋଟ୍ ୧୪ହଜାର ୬୫୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୪ହଜାର ୪୧୮ ଆକ୍ରାନ୍ତ । ଏବେ ଜିଲ୍ଲାରେ ୧୧୧ଟି କରୋନା ଆକ୍ଟିଭ୍ କେସ୍ ରହିଛି । ମହାମାରୀରେ ୧୧୮ ଜଣ ପ୍ରାଣ ହରାଇଛନ୍ତି ।

Comments are closed.