Latest Odisha News

ଦୁର୍ଗାପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍

ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପାଇବା ଲାଗି ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁନଥିବା ଭିଡ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଓ ୭ ତାରିଖରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ ।

ପରିବହନ କମିଶନରଙ୍କ ନିର୍ଦ୍ଦେଶାନୁଯାୟୀ ଏହି ଦିନରେ ଶାରଦୀୟ ଦୁର୍ଗା ପୂଜା ଛୁଟି ସତ୍ୱେ ଏହି ଦିନମାନଙ୍କରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓ କାର୍ଯ୍ୟାଳୟ ଖୋଲା ରହିବ ।

ପୂଜା ଛୁଟିରେ ଗାଡି ସୋ’ ରୁମରୁ ବିଭିନ୍ନ ଆକର୍ଷଣୀୟ ଅଫର ରଖାଯାଉଥିବା ବେଳେ ଏହି ସମୟରେ ଗ୍ରାହକମାନେ ଯାନବାହାନ ଅଧିକ କିଣିଥା’ନ୍ତି । ଫଳରେ ସେମାନେ ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର ଗ୍ରହଣ କରିବାରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପୂଜାରେ ଆରଟିଓ ଅଫିସ ଖୋଲା ରଖିବାକୁ ବିଭାଗ ପକ୍ଷରୁ ନଷ୍ପତ୍ତି ଗ୍ରହଣ କରାଯାଇଛି ।

ତେବେ ଏହି ସମୟସୀମା ମଧ୍ୟରେ କେବଳ ନୂଆ ଗାଡିର ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର ମିଳିବ ଏବଂ କୌଣସି ପ୍ରକାର ଡିଏଲ୍ କିମ୍ବା ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.