Latest Odisha News

BREAKING NEWS

ମହାନଦୀ ପୋଲ ଦୁର୍ଘଟଣାର ଯାଞ୍ଚ କରିବ ଆରଟିଓ ପ୍ୟାନେଲ୍

କଟକ: ମହାନଦୀ ପୋଲ ଉପରେ ବସ ଦୁର୍ଘଟଣା ହେବା ପରେ ବୁଧବାର ଦିନ ଏହି ଘଟଣାର ଯାଞ୍ଚ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପକ୍ଷରୁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । କେଉଁ କାରଣରୁ ଏହି ଦୂର୍ଘଟଣା ଘଟିଲା ତାହାର ସଠିକ କାରଣ ସମ୍ପର୍କରେ ଯାଞ୍ଚ କରିବାକୁ ଏହି କମିଟି ଗଠନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ସନ୍ଧ୍ୟାରେ ଘଟିଥିବା ଏହି ବସ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ଗଣମାଧ୍ୟମକୁ ସୂଚନାଦେଇ କଟକ ଆଞ୍ଚଳିକ ପରିବନ ଅଧିକାରୀ (ଆରଟିଓ) ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି, ମୋଟର ବାହନ ନୀରିକ୍ଷକ (ଏମଭିଆଇ)ଙ୍କ ନେତୃତ୍ୱରେ ଏହି ଦଳ ଏହି ଦୁର୍ଘଟଣାର ଯାଞ୍ଚ କରିବ । ଏହି କମିଟିର ଯାଞ୍ଚ ରିପୋର୍ଟ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ‘ଜଗନ୍ନାଥ’ ନାମକ ବସ (ଓଡ଼ି-୩୫ଏ-୦୨୧୧) ବସଟିର ମାଲିକ ହେଲେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେରର ଶ୍ରୀକାନ୍ତ ପାଣି ବୋଲି କହିଛନ୍ତି ଶ୍ରୀଯୁକ୍ତ ପାତ୍ର । ଏହି ବସ ତାଳଚେର ଆରଟିଓଙ୍କ ନିକଟରେ ୨୦୧୬ ମସିିହାରେ ରେଜିଷ୍ଟ୍ରେସନ ହୋଇଥିଲା । ଏହି ବସଟିର ଫିଟନେସ ସାର୍ଟିଫିକେଟରେ କୌଣସି ତ୍ରୁଟି ନଥିବା ବେଳେ ଏହାର ଅବଧି ଆସନ୍ତ୍ା ୧୮, ଫେବୃଆରି ୨୦୧୮ ମସହା ପର୍ଯ୍ୟନ୍ତ ରହିଛି ।

ଗଣମାଧ୍ୟମକୁ ସୂଚନାଦେଇ ଓଡ଼ିଶା ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଡ୍ରାଇଭର ଜଣକଙ୍କର ୩୦ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ରହିଛି ।

କେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଅନ୍ଧାର ରାସ୍ତାରେ ମଇଁଶୀ ଆସି ଯିବାରୁ ଡ୍ରାଇଭର ଜଣକ ଦେଖିପାରନଥିଲେ । ତେବେ ମଇଁଶୀଟି ନିକଟତର ହେବା ପରେ ଡ୍ରାଇଭର ମଇଁଶୀକୁ ବଞ୍ଚାଇବାକୁ ଯାଇ ହୁଏତ ଗାଡ଼ିର ନିୟନ୍ତ୍ରଣ ହରାଇଥାଇପାରନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.