Latest Odisha News

BREAKING NEWS

ଅନୁଗୁଳରେ ବିଷାକ୍ତ ମଦ ପିଇ ୨ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମରେ ୨ଜଣ ମହିଳାଙ୍କର ରହସ୍ୟଜନକ ମୃତ୍ୟୁ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମୃତକ ମହିଳା ଦୁଇ ଜଣ ହେଲେ ସୁନ୍ଦରଗଡ଼ର ବୁୟାଣୀ ନାୟକ (୫୫) ଏବଂ ବିମଳା ନାୟକ (୫୦) ।

ମିଳିଥିବା ସୂଚନାନୁଯାୟୀ, ଦୁଇଜଣ ମହିଳା ଅରୁଣ ସିଂହଙ୍କ କୁକୁଡ଼ା ଫାର୍ମରେ କାର୍ଯ୍ୟ କରୁଥିଲେ । ବୁଧବାର ସକାଳେ ଦୁଇ ମହିଳା ନଉଠିବାରୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତର ସେଠାରେ ୨ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁଇ ମହିଳା ଗତ ରାତିରେ ରାତ୍ରିଭୋଜନ ପରେ ବିଷାକ୍ତ ମଦ୍ୟପାନ କରି ଶୋଇପଡ଼ିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ମୃତକ ମହିଳାମାନଙ୍କ ପରିବାର ପକ୍ଷରୁ ଏନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ଅନୁଗୁଳ ପୋଲିସ ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । “ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ । ପୋଷ୍ଟମର୍ଟମ ରିପୋର୍ଟରେ ଯଦି ବିଷାକ୍ତ ମଦ ରହିଥିବାର ସୂଚନା ମିଳେ ତେବେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ”ବୋଲି କହିଛନ୍ତି ଜଣେ ବରିଷ୍ଠ ଥାନା ଅଧିକାରୀ ।

Leave A Reply

Your email address will not be published.