Latest Odisha News

BREAKING NEWS

ବିବାହର ୫ବର୍ଷ ପରେ ମା’ ହେବେ ରୁବିନା

ମୁମ୍ବାଇ: ବିବାହର ୫ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ରୁବିନା ଦିଲେକ । ବହୁଶୀଘ୍ର ନୂଆ ଅତିଥିଙ୍କ ଆଗମନ ହେବ । ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ରୁବିନା ଓ ତାଙ୍କ ସ୍ୱାମୀ ଅଭିନେତା ଅଭିନବ ଶୁକ୍ଳା ଜୋରସୋର ପ୍ରସ୍ତୁତି ଚଳାଇଛନ୍ତିି । ଏହି ଖୁସି ଖବରକୁ ରୁବିନା ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରୁବିନା ଗର୍ଭବତୀ ଥିବା ନେଇ ଗଣମାଧ୍ୟମରୁ ଲୁଚାଇ ରଖିବାକୁ ଚାହୁଁଥିଲେ । ସେଥିପାଇଁ ସେ ଲମ୍ବା ଛୁଟି କଟାଇବାକୁ ଆମେରିକା ଚାଲିଯାଇଥିଲେ । ତେଣୁ ଉଭୟ ସ୍ୱାମୀସ୍ତ୍ରୀ ନିଜ ବନ୍ଧୁମାନଙ୍କୁ ମଧ୍ୟ ଭେଟୁ ନ ଥିଲେ । ତେବେ ରୁବିନା ନିଜେ ତାଙ୍କ ସ୍ୱାମୀଙ୍କ ସହିତ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଫଟୋରେ ରୁବିନା ତାଙ୍କ ବେବି ବମ୍ପକୁ ସ୍ପଷ୍ଟ ଭାବେ ଦେଖାଇଥିବା ନଜର ଆସୁଛି ।

ଏହି ଫଟୋ କ୍ୟାପସନରେ ରୁବିନା ଲେଖିଛନ୍ତି, ଆମେ ଯେତେବେଳେ ପରସ୍ପରକୁ ଡେଟ କରୁଥିଲୁ ସେତେବେଳେ ଅଭିନବ ଓ ମୁଁ କଥା ଦେଇଥିଲୁ କି ଦୁହେଁ ଆଗକୁ ସାଥୀ ହୋଇ ରହିବୁ । ଯେତେ ବାଧାବିଘ୍ନ ଆସିଲେ ବି କେବେ ଅଲଗା ହେବୁ ନାହିଁ । ୨୦୧୮ରେ ଆମର ବିବାହ ହୋଇଥିଲା । ବିବାହ ପରେ ଆମେ ବେଶ ଖୁସିରେ ସମୟ କାଟିଛୁ । ବିବାହର ୫ବର୍ଷ ପରେ ମୋ ଜୀବନରେ ଆଉ ଏକ ଖୁସିର ମୁହୂର୍ତ୍ତ ଆସିଛି । କାରଣ ମୁଁ ମା’ ହେବାକୁ ଯାଉଛି । ଆଗକୁ ମୋର ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭଗବାନ ମୋତେ ଆର୍ଶୀବାଦ କରନ୍ତୁ ।

Comments are closed.