Latest Odisha News

BREAKING NEWS

ପାରା ଅଲିମ୍ପିକ୍ସ: ଶୁଟିଂରେ ରୁବିନାଙ୍କୁ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର ତୃତୀୟ ଦିବସରେ ଭାରତୀୟ ଶୁଟର ରୁବିନା ଫ୍ରାନ୍ସିନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ(ଏସଏଚ୧)ରେ ସେ ଏହି ସଫଳତା ପାଇଛନ୍ତି । ରୁବିନା ୨୧୧.୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୫ରେ ପଂହଚିଛି । ଇରାନର ଜାବନମରଡି ସରେହ(୨୩୬.୮) ସ୍ୱର୍ଣ୍ଣ ଏବଂ ତୁର୍କୀର ଓଜଗାନ ଆୟସେଲ (୨୩୧.୧)ରୌପ୍ୟ ପଦକ ହାସଲ କରିଛନ୍ତି । ମଧ୍ୟପ୍ରଦେଶ ଜବଲପୁରର ରୁବିନା ୱାର୍ଲ୍ଡ ଶୁଟିଂ ପାରା ସ୍ପୋଟ୍ସ ବିଶ୍ୱକପରେ ସେ ୧୦ ମିcଟର ଏୟାର ପିସ୍ତଲ ଇଭେଂଟରେ ରୌପ୍ୟ ପଦକ ଜିତିଥିଲେ ।

୨୦୧୭ ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପର ମହିଳା ଟିମ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଟିମର ସଦସ୍ୟ ଥିଲେ । ୨୫ ବର୍ଷୀୟା ରୁବିନା ରିକେଟ୍ସରେ ଆକ୍ରାନ୍ତ, ତାଙ୍କ ପାଦ ଅସୁବିଧା ଯୋଗୁ ୪୦ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ତାଙ୍କ ପୂର୍ବରୁ ମନୀଷ ନରୱାଲ ୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ, ପ୍ରୀତି ପାଲ ମହିଳା ୧୦୦ ମିଟର ରେସରେ ବ୍ରୋଞ୍ଜ, ୧୦ ମିଟର ଏୟାର ରାଇଫଲ ଶୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଓ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଥିଲେ ।

Comments are closed.