Latest Odisha News

BREAKING NEWS

ଗୃହ ଚାଲିବାକୁ ଦେଉନି ବିଜେଡି: ୧୧.୩୦ ଯାଏଁ ମୁଲତବି

ଭୁବନେଶ୍ବର: ଗୃହ ଚାଲିବାକୁ ଦେଉନାହାନ୍ତି ବିରୋଧୀ । ପୋଲାଭରମ ପ୍ରସଙ୍ଗ, ଦର ବୃଦ୍ଧି, ଆଇନ ଶୃଙ୍ଖଳା ଅପର୍ଯ୍ୟସ୍ତ ବିଭିନ୍ନ ପ୍ରସଙ୍ଗ ନେଇ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହ ଆରମ୍ଭରୁ ବିଜେଡି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ।

ଗତକାଲି ଏଏସଓ ଚାକିରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି ଆରମ୍ଭ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ହିଁ ବିଜେଡି ବିଧାୟକ ହଟ୍ଟଗୋଳ ଯୋଗୁଁ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରାଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ତେବେ ଗତକାଲି ଏଏସଓ ଚାକିରି ଉପରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାରରେ ୨୫ରୁ ୩୦ ଲକ୍ଷରେ ଏଏସଓ ଚାକିରି ବିକ୍ରି ହେଉଥିଲା । ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ଆଗତ କରିବା ବେଳେ ବର୍ଷିଥିଲେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ଭବିଷ୍ୟତଙ୍କ ସହ ଛଳନା କରୁଥିଲେ ପୂର୍ବ ସରକାର। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା। ଦୁର୍ନୀତି ଭରି ରହିଥିଲା । ଦୁର୍ନୀତି ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା କାହିଁକି ଚୁପ୍ ରହୁଥିଲେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।

Comments are closed.